କାଳିଆ ସାଆନ୍ତ
କାଳିଆ ସାଆନ୍ତ
ନୀଳଚକ୍ର ଧାରୀ ଯିଏ
ପତିତପାବନ ସିଏ
ଯେଉଁଠିକୁ ଚାହଁ କଳା ଚକା ଆଖି
ହାତ ଠାରି ଡାକୁ ଥାଏ ।
ଶଙ୍ଖ ଧରିଅଛି ଯିଏ
ଚକ୍ର ବି ଧରିଛି ସିଏ
ସ୍ୱୟଂ ପରଂବ୍ରହ୍ମ ହସ୍ତେ ଗଦା ପଦ୍ମ
ଚତୁର୍ଦ୍ଧା ମୂରତି ସିଏ ।
ଶ୍ରୀ ପୁରୁଷୋତ୍ତମ ଯିଏ
ମଧୁସୂଦନ ବି ସିଏ
କାଳିଆ ଠାକୁର ଜଗତର ନାଥ
ତା ପରି ବା ଅଛି କିଏ ?
ମଣିମା ସାଆନ୍ତ ଯିଏ
ଭକ୍ତ ଭଗବାନ ସିଏ
ଦେଖି ତାର ରୂପ ବେଶ ସିଂହାର କୁ
ତା ଶ୍ରୀପଦେ ମଥା ଲୋଟିଯାଏ ।
ରଥର ସାରଥି ଯିଏ
ରଖେ ଅବା ମାରେ ସିଏ
ଦିବ୍ୟ ଜ୍ଞାନ ଚକ୍ଷୁ ଗୀତା ତତ୍ତ୍ଵ ସାର୍
ଲଭେ ଯେ ଆଶ୍ରିତ ହୁଏ ।
ସ୍ୱର୍ଗ ସୁଖ ଦିଏ ଯିଏ
ପରୀକ୍ଷା କଠୋର ନିଏ
ତା ବିନା ନାହିଁ ଗତି ବା ମୁକତି
କୈବଲ୍ୟ ପରମ ସିଏ ।