Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଘେନ ମା ପ୍ରଣତି

ଘେନ ମା ପ୍ରଣତି

1 min
256



ଜୟ ଜୟ ଭବାନୀ ମା

    ମାଣିକ ଈଶ୍ୱରୀ

ପରମ ଆରାଧ୍ୟା ଇଷ୍ଟ

   ଦେବୀ ମାହେଶ୍ୱରୀ ।

ନଗ୍ର ଭବାନୀପାଟଣା ଅଟେ

   ବିଜେସ୍ଥଳୀ ତୋର

ନାଗ ବଂଶୀ ଉଆସେ ମା

   ତୋ ପ୍ରତିଷ୍ଠା ମନ୍ଦିର ।

ତ୍ରିଦିଗେ ପଶ୍ଚାତଭାଗେ

   ରେଖା ମହାବିଦ୍ୟା

ବୈଷ୍ଣବୀ ବାରାହୀ ଦେବୀ

   ନରସିଂହୀ ପୂଜ୍ୟା ।

ବିଦ୍ୟମାନ ବୁଢାରାଜା

   ରୂପେ ମହାକାଳ

ମହାସପ୍ତମୀ ଅର୍ଦ୍ଧ ରାତ୍ରେ

  ଖୋଲେ ସେ ଦେଉଳ ।

ବିଧିବିଧାନ ରେ ହୁଏ

  ଭୈରବୀଙ୍କ ପୂଜା

ଶ୍ରୀ ବିଜୟା ଦଶମୀ ଓ

  ଯାତ୍ରା ଦଶହରା ।

ବରଷକ ଯାକ ପୁଣି

  ଦ୍ୱାର ହୁଏ ବନ୍ଦ

ନିଭୃତ ଅଦ୍ଭୁତ ଅଟେ

  ଭୈରବୀ ସାଧନ ।

ମାଆ ମାଣିକେଶ୍ୱରୀ ଦେବୀ

  ପ୍ରତ୍ୟକ୍ଷା ପ୍ରସିଦ୍ଧା

ରାଇଜ ଅଞ୍ଚଳ ଖ୍ୟାତି

  ଡିବି ଡିବି ବାଜା ।

ସାହା ହୁଅ ପାଟଦେବୀ

  ମା ମାଣିକେଶ୍ବରୀ

ତୋ ଶୁଭ ଆଶିଷେ ଖେଳୁ

  ଆନନ୍ଦ ଲହରୀ ।

ନାହିଁ ରାଜ ଥାଟବାଟ ବ୍ୟାପେ

  ରୋଗ ମହାମାରୀ

ଜଣାଉ ଗଣ ପ୍ରଣତି ମାଆ

  ଢାଳ କୃପା ବାରି ।


   



Rate this content
Log in

Similar oriya poem from Classics