STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ -୩

ଭଗବାନ ଶ୍ରୀକୃଷ୍ଣଙ୍କ ରାଧାବେଶ -୩

1 min
163


କହୁଛନ୍ତି ରାଧାରାଣୀ      ଶୁଣ ଶ୍ୟାମ ବେଣୁପାଣି

   ପ୍ରେମ ଖେଳ ନୁହେଁ ଆହେ ଜଗତସାଇଁ,

ପ୍ରେମଟି ଅଟଇ ସତ୍ୟ     ଯଦି ପ୍ରେମ ନୁହେଁ ସତ୍ୟ

   ପ୍ରେମ ସତ୍ୟ ନୋହିଲେ ଭକ୍ତି ସତ୍ୟ ନୁହେଁ ।

   ଭକ୍ତି ସତ୍ୟ ନୋହିଲେ ଜାଣ,

ଭକ୍ତି ବିନା ସତ୍ୟ ନୁହନ୍ତି ଭଗବାନ ।।୧୩।।


ଶ୍ରୀହରି କହନ୍ତି ଗୀର     ଶୁଣ ଚିତ୍ତ କରି ସ୍ଥିର

 ଭକ୍ତମୋର ସବୁକିଛି ଅଟଇ ଜାଣ,

ପ୍ରେମ ଆଗରେ ମୁଁହରେ   ଭକ୍ତ ମୋ ହୃଦ ଭିତରେ

  ତେଣୁ ମୁଁହିଁ ସୁଝିବଇ ଭକ୍ତଙ୍କ ଋଣ ।

    ତୁମ୍ଭ ପ୍ରେମ ଋଣ ସୁଝିବି,

ରାଧା ହୋଇ ତୁମ୍ଭ ମନ ବ୍ୟଥା ବୁଝିବି । ।୧୪। ।


ତେଜି ବୈରାଗୀ ମନକୁ    ବୁଝିଣ ରାଧା ଭାବକୁ

  ହୃଦୟରେ ରାଧା ପ୍ରେମଭାବକୁ ଧରି,

ପୀଡାରେ ଆନନ୍ଦ ଜାଣ    ଆନନ୍ଦେ ପୀଡା ଲଭିଣ

  ତୁମ୍ଭ ମନ ନେଇ ରାଧେ ହେବି କିଶୋରୀ ।

     ଶରୀର ସିନା ପୁରୁଷର ,

ହୃଦୟ ହେବଟି ମୋର ରାଧାରାଣୀର ।।୧୫।।


ଶ୍ରୀହରି ହୋଇଲେ ବେଶ  ରାଧିକା ହେଲେ ହରଷ

  ମନପ୍ରାଣେ କେତେ ଆନନ୍ଦିତ ହୋଇଲେ,

ଧନ୍ୟ ହେତୁମ୍ଭେ ଶ୍ରୀପତି   ବୁଝି ମୋର ଚିତ୍ତମତ୍ତି

  ମୋ କଥା ରକ୍ଷା କରିଣ ରାଇ ସାଜିଲ ।

   ଯୁଗେ ଯୁଗେ ସତ୍ୟ ରଖିଛ,

ଭକ୍ତ ହିତ ପାଇଁ ବହୁରୂପୀ ସାଜିଛ । ।୧୬। ।


ଦେଖି କିଶୋରୀ ସନ୍ତୋଷ ବୁଝିଲେ କାହ୍ନୁଙ୍କ ଭାଷ

  ସଧିରେ କହନ୍ତି ଆହେ ଜଗତସାଇଁ,

ସ୍ତ୍ରୀ ଜାତି ମୁଢ଼ି କି ଜାଣେ  ତୁମ୍ଭେ ଜଗତ କାରଣେ

   ରଚୁଅଛ ଲୀଳା ପ୍ରଭୁ ଭକତ ପାଇଁ ।

     ମୁ ତୁମ୍ଭ ସେବିକା ମାତର,

କ୍ଷମାକରି ଅପରାଧ ହେ ରଙ୍ଗାଧର । ।୧୭। ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics