STORYMIRROR

Antaryami Sahu

Classics Inspirational

4  

Antaryami Sahu

Classics Inspirational

କହଇ ମନଆରେ ମୋ ବୋଲକର -୩

କହଇ ମନଆରେ ମୋ ବୋଲକର -୩

1 min
261


ଢ଼ାଙ୍କି ରହିଛି ଚର୍ମ ସାରା ଶରୀରେ,

ଢ଼ାଳିନ ଦିଅ ମତ୍ତି ଲୋମ ଶରୀରେ ।

ଢ଼ଳି ପଡିବ ଦିନେ ଯୁଇ ଉପରେ,

ଢ଼ଳି ପଡିଲେ ଯିବୁ ଶମନ ପୁରେ । ।୧୪। ।


ନ ଭଜିଲୁ ତୁଦିନେ ଶ୍ରୀକୃଷ୍ଣ ନାମ ,

ନାରାୟଣ ନାମ ଯେ ମୁକତି କାମ ।

ନରକ ଯନ୍ତ୍ରଣାକୁ ଭୟ ତୋ ନାହିଁ,

ନେତ୍ର ନଦେଖା କର୍ମ କରୁଛୁ କାହିଁ ।।୧୫।।


ତମ ରଜ ଗୁଣରେ ପୁରିଛି ଦେହ,

ତୋ ଦେହ ନୁହେଁ କାହିଁ କରୁଛୁ ମୋହ ।

ତ୍ରିତାପ ନାଶନ ସେ ଶୂନ୍ୟ ପୁରୁଷ,

ତା ପାଦେ ଚିତ୍ତ ଦିଅ ହୋଇ ହରଷ । ।୧୬। ।


ଥୟ ଧରିଣ ମନ ଭଜ ଶ୍ରୀହରି,

ଥକି ପଡିଲେ ଯିବୁ ପଥ ପାଶେ।ରୀ ।

ଥରେ ମୋ ବୋଳ ମାନି ଦିଅତୁ ଚିତ୍ତ,

ଥୟ ଧର ପୁରୁଷେ ହେବୁ ସାକ୍ଷାତ । ।୧୭। ।


ଦୟା-ଧର୍ମ ତେଜିଣ ମନ୍ଦ ଆଚରୀ,

ଦାନ ମୁକ୍ତ ହସ୍ତରେ ଦିନେ ନକରି ।

ଦୟାବନ୍ତ ପୁରୁଷ ଶ୍ୟାମସୁନ୍ଦର,

ଦୟାନିଧିଙ୍କୁ ମନ ଦିଅ ସତ୍ଵର । ।୧୮। ।


ଧନ ଅର୍ଜିଛୁ ଯେତେ କଷ୍ଟରେ ତୁହି,

ଧନ-ଦୌଲତ କି ଯିବ ସଙ୍ଗ ହୋଇ ।

ଧନୀ ହୋଇଣ ମତ୍ତ ଗର୍ବକୁ ଲଭୁ,

ଧନ ଲୋଭେ ପଡିଣ ଭୁଲିଲୁ ବିଭୂ ।।୧୯। ।


ନବଲା ମତ୍ତି ମନ ହେବାକୁ ରାଜା,

ନାଶ ଗଲେଣି କେତେ ରାଜା ପରଜା । 

ନାହାନ୍ତି ସମ୍ରାଟକେ ଏହି ମର୍ତ୍ତ୍ୟରେ,

ନନ୍ଦନନ୍ଦନ ଏକା ସାର ସଂସାରେ ।।୨୦ ।।



Rate this content
Log in

Similar oriya poem from Classics