Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prajna Paramita Mohanty

Classics

4  

Prajna Paramita Mohanty

Classics

କିଂ ଆଶ୍ଚର୍ଯ୍ୟ !

କିଂ ଆଶ୍ଚର୍ଯ୍ୟ !

1 min
208


ଜୀବନଟା ସାରା ଦୌଡି ଚାଲିଛି ସେ

ତୈଳାକ୍ତ ଖୁଣ୍ଟରେ ଚଢୁଥିବା ମାଙ୍କଡ ପରି

୨ ମିଟର ଚଢି ୧ ମିଟର ଖସୁଥିବା ୮୪ ମିଟର ଖୁଣ୍ଟର

ଅଗ୍ରଭାଗେ ପହଞ୍ଚିବା ପାଇଁ,

ଜାଣେ ନା ସେ କେତେ ଦିନରେ ପହଞ୍ଚିବ(?)

ବେହିସାବୀର ମତୁଆଲା ପଣରେ ଯେ ସେ ମାଡିଚାଲିଛି

ସେଇଟା ହିଁ ବ୍ୟତିକ୍ରମ !


ଶୂନ୍ୟ ହସ୍ତରେ ଆସି ଶୂନ୍ୟ ହସ୍ତରେ 

ଫେରିବା, ନିୟତ ଜାଣି ବି

ତାଲିକା କରୁଥାଏ ସେ ଶେଷପର୍ଯ୍ୟନ୍ତ 

ଆଉ ଗୋଟାଉଥାଏ ତା'ର ବସ୍ତାନିରେ

କିଛି କିଛି.....ସବୁ ଦିନ,

ପୂଣ୍ୟ ହେଉ ବା ପାପ ହେଉ |


ଅଳିକ ଦିନର ଅତିଥି ହେଇ ବି

ଆତ୍ମୀୟତାର ଡୋରିରେ ବାନ୍ଧୁଥାଏ ସେ 

କିଛି ନୂଆ ମୁହଁ, ନିୟମିତ,

ଯଦିବା ଏମାନେ କେହି ବି ନଥିବେ ଶେଷଯାତ୍ର|ରେ |


ବ୍ୟତିକ୍ରମ, ବିଡମ୍ବନା ବା ବିଧିନିର୍ଦ୍ଦିଷ୍ଟ ?

 ଏହା ହିଁ ଆଶ୍ଚର୍ଯ୍ୟ !



Rate this content
Log in

Similar oriya poem from Classics