ଅଦିନିଆ ବତାସ
ଅଦିନିଆ ବତାସ
କେଉଁଠୁ କେଜାଣି ଅଦିନେ ଆସିଲା ,ଭରିଲା ବରଫରେ ଚଉପାସ, ତୁମ ଘର ଠାରୁ ମୋ ଦୁଆର ଯାଏଁ,କରିଛି ତାଣ୍ଡବ ଆଜି ବତାସ !
ଅନ୍ୟ ସଂସାରର ଅନୁଭବ ହୁଏ, ବିଜୁଳିବତୀ ଯେବେ ସଂଜେ ଜଳେ, ସହର ସଡ଼କ ଗୁଳ୍ମ ତରୁ ଲତା, ସବୁ ତ ହଜିଛି ବରଫ ତଳେ I
ଜନଶୂନ୍ୟ ହେଲା ହୋଟେଲ ବଜାର, ଫାଙ୍କା ପଡିଛି ସହରର ଗଳି,ଆବଦ୍ଧ ମୋ ଦେହ ଚାରି ପାଚେରୀରେ,ତୁମର ସ୍ମୃତି ହୃଦେ ଯାଏ ଜଳି I
କେତେ ଯେ ବାଧକ ପ୍ରେମର ପଥରେ,କେତେ ଯେ କରେ ବିଧି ଚକ୍ରାନ୍ତ,ସିଏ ଏକା ବୁଝେ ବିରହର ବ୍ୟଥା,ପ୍ରେମର ବ୍ୟାଧିରେ ଯିଏ ଆକ୍ରାନ୍ତ !
ଝରକା ବାହାରେ ଦୃଷ୍ଟି ଯାଏ ହଜି,
ତୁମ ପଦଚିହ୍ନ କରି ସନ୍ଧାନ,ପ୍ରତିକ୍ଷାର ଘଡି ଦେଉଛି ଲମ୍ବେଇ,ଆଜି ପୁଣି ଥରେ ଏକ ତୋଫାନ !

