STORYMIRROR

Swatishree Pandit

Drama Classics Inspirational

3  

Swatishree Pandit

Drama Classics Inspirational

ଜୀବନ ଗଣିତ

ଜୀବନ ଗଣିତ

1 min
204

କାହିଁକି କେଜାଣି ଅତୀତ

ଆଣ୍ଠୁମାଡି ବସେ ବର୍ତ୍ତମାନ ଆଗରେ

ମରିଯାଇଥିବା ସ୍ମୃତି ଜୀବିତ ହୁଏ

ଅଂହକାରର ବନ୍ଧନୀ ମଧ୍ଯରେ ll


ନିଜକୁ ବାହାର କରିବାର

ବାଟ ଖୋଜୁ ଖୋଜୁ

ଅଣନିଶ୍ୱାସୀ ହୋଇପଡ଼େ

ରେଖା ବନ୍ଧନୀ ମଧ୍ଯରେ

ହାରିବା ଜିତିବାର ଦୋଛକିରେ ll


ନିଜର ସମଗ୍ର ସତ୍ତା 

ହରଣ ହୋଇଯାଏ

ଅଦୃଶ୍ୟ ଲୋତକର

ଲହଡ଼ି ଚାଲିଆସେ

ଓଠ ଉପରେ ସ୍ମିତ ହାସ୍ୟର ll


ମୁରୁଜ ଗୁଣନ ହୋଇଯାଏ

ଦୋଷ ନାହିଁ ମୋ ହୃଦୟର

ବଞ୍ଚିବାର ଚେଷ୍ଟା ମଧ୍ଯରେ

ହୃଦୟ ଖୋଜେ ସାଥି

କର୍ତ୍ତବ୍ୟର ମିଶାଣ ମଧ୍ୟରେ ll


କାହିଁକି ଝୁରୁଛି ଏ ମନ

ଜୀବନ ନିର୍ଯ୍ୟାସରେ

ମୁକୁଳା ପଡିଛି ମୋ ବାହୁ ବନ୍ଧନ

ଫେଡ଼ି ହୋଇଯିବ କି ଅହଂକର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama