ଜୀବନ ଗଣିତ
ଜୀବନ ଗଣିତ
କାହିଁକି କେଜାଣି ଅତୀତ
ଆଣ୍ଠୁମାଡି ବସେ ବର୍ତ୍ତମାନ ଆଗରେ
ମରିଯାଇଥିବା ସ୍ମୃତି ଜୀବିତ ହୁଏ
ଅଂହକାରର ବନ୍ଧନୀ ମଧ୍ଯରେ ll
ନିଜକୁ ବାହାର କରିବାର
ବାଟ ଖୋଜୁ ଖୋଜୁ
ଅଣନିଶ୍ୱାସୀ ହୋଇପଡ଼େ
ରେଖା ବନ୍ଧନୀ ମଧ୍ଯରେ
ହାରିବା ଜିତିବାର ଦୋଛକିରେ ll
ନିଜର ସମଗ୍ର ସତ୍ତା
ହରଣ ହୋଇଯାଏ
ଅଦୃଶ୍ୟ ଲୋତକର
ଲହଡ଼ି ଚାଲିଆସେ
ଓଠ ଉପରେ ସ୍ମିତ ହାସ୍ୟର ll
ମୁରୁଜ ଗୁଣନ ହୋଇଯାଏ
ଦୋଷ ନାହିଁ ମୋ ହୃଦୟର
ବଞ୍ଚିବାର ଚେଷ୍ଟା ମଧ୍ଯରେ
ହୃଦୟ ଖୋଜେ ସାଥି
କର୍ତ୍ତବ୍ୟର ମିଶାଣ ମଧ୍ୟରେ ll
କାହିଁକି ଝୁରୁଛି ଏ ମନ
ଜୀବନ ନିର୍ଯ୍ୟାସରେ
ମୁକୁଳା ପଡିଛି ମୋ ବାହୁ ବନ୍ଧନ
ଫେଡ଼ି ହୋଇଯିବ କି ଅହଂକର ll
