STORYMIRROR

Papu parida

Drama Classics Others

3  

Papu parida

Drama Classics Others

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
212

ଗଛଟିଏ ମୁଁ କିଛି ନାହିଁ ମୋର 

ସବୁଜ ପତ୍ରଭରା ଏ ଶରୀର,

ତୋତେ ବଳଶାଳୀ କରିବାପାଇଁରେ 

ସହିଛି କେତେ ଖରା ବର୍ଷା ଆଉ କାକର ।

ଦେଇଥିଲି ତୋତେ ଫୁଲ ଫଳମୂଳ

ହେବା ପାଇଁ ହୃଷ୍ଟପୃଷ୍ଠ ,

ମୋର ଶତୃ ସାଜି ମୋ ହାତ ଗୋଡ କାଟି

କରିଦେଲୁ ମୋତେ ନଷ୍ଟ।

ସାଇତି ଥିଲି ମୁଁ କେତେ ଅମ୍ଳଜାନ

ତୋରି ବଞ୍ଚିବା ପାଇଁ,

କାଟୁଛୁ ମୋତେ ତୁ ଟଙ୍କାଟିକେ ପାଇଁ 

ମୋ ପ୍ରତି ଦୟଭାବ ତୋର ନାହିଁ।

ସ୍ଥିର ରଖେ ମୁଁ ଜଳବାୟୁ ଆଉ 

ପାଉ ତୁ ମୋ ଲାଗି ଜଳ,

ଏମିତି ଭାବରେ କଟିଲେ ମୋତେ ତୁ

ପାଉବୁ ଭୟଙ୍କର ଫଳ। 

ସମୟ ଅଛିରେ ସୁଧୁରି ଯାଅରେ

ହାଇରେ ଅଭାଗା ମଣିଷ ,

ଅବହେଳା କଲେ ନିହାତି ଦିନେ 

ଉଡିଯିବ ତୋର ଗର୍ବ ଅହଂକାର ଭରା ହସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama