STORYMIRROR

Tapaswini Sarangi

Drama Tragedy Classics

3  

Tapaswini Sarangi

Drama Tragedy Classics

ଏକା ଆଇନା ହିଁ ପଢେ ଆଖିର କଥା

ଏକା ଆଇନା ହିଁ ପଢେ ଆଖିର କଥା

1 min
261


ସଜେଇ ହବାକୁ   ଭଲ ଲାଗେ ବୋଲି

      ଆଇନା ଆଗରେ ବସେ

ହୃଦୟର ସବୁ   ଯନ୍ତ୍ରଣା ଲୁଚେଇ

      ମିଛି ମିଛି ମୁହିଁ ହସେ।।

ଶୃଙ୍ଗାର ଗଜରା   କଜଳ ରେ ମାତି

      ବାନ୍ଧେ ନିତି କୃଷ୍ଣବେଣୀ

ସାଜ ସରଞ୍ଜମେ  ସଜେଇ ହୁଏ ମୁଁ

      ସତେ ଅବା ପାଟରାଣୀ।।

ରାସ୍ତାରୁ ରାସ୍ତାରୁ   ଗାଡିରୁ ଗାଡିକୁ

     ମାଗି ବୁଲିଯାଏ ମୁଁ ଯେ

କାମ ମିଳେ ନାହିଁ  ଅପରୂପ ବହି

   ଶ୍ରୀଖଣ୍ଡି ବୋଲାଏ ମୁଁ ଯେ।।

ଛକା ରଙ୍ଗ କହି   ଟୋକାଏ ଚିଡାନ୍ତି

   ମାନବିକତା ଯେ ନାହିଁ

କେହି କେବେ ଟିକେ  ଚିନ୍ତା କରେ ନାହିଁ

    ଦାନା ମୁଁ ପାଏକି ନାହିଁ।।

ଜାତ ହେଲି ଯେବେ  ପୁରୁଷ ଶରୀରେ

     ଘରେ ମୋର ମହୋତ୍ସବ

ନାରୀର ଗୁଣରେ   ଜୀବନ ଜୀଇଁଲି

     ବିହିଲି ନାରୀର ଭାଵ।।

ହତାଦର କଲେ   ଘରଲୋକ ମୋର

     ସମାଜ କରିଲା ଘୃଣା

ନିଜ ପାଇଁ ନିଜେ  ବଞ୍ଚିବାକୁ ଯାଇ

    ହୋଇଗଲି ବାଟ ବଣା।।

ଆଇନ କାନୁନ   ଯାହାବି ବଦଳୁ

    ଯାଇନାହିଁ ଆମ ଡର

କାଳେ କିଏ କେବେ ହସିଦବ କହି

     ଯାଉଛି ଦେଖ କିନ୍ନର।।

ଆଶା କରେ ନିତି  ଏ କିବା ହୁଏନି

    ସମାଜ ନିଏନି କୋଳେଇ

ଲାଗୁଛି ଯେମିତି   ଜୀବନ ଆଗରୁ

    ଉଠିବ ମୋର କୋକେଇ।।

ଆଖିର ବ୍ୟଥା କୁ  ପଲକେ ଲୁଚେଇ

   ଲୁହ ମୋର ଝରେ ନାହିଁ

ଆଇନା ପଢେ ମୋ   ଆଖିର କଥାକୁ

      ଓଠ କହିପାରେ ନାହିଁ।।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama