STORYMIRROR

Papu parida

Drama Classics Others

3  

Papu parida

Drama Classics Others

ମଦୁଆ

ମଦୁଆ

1 min
295


ମୁଁ ମଦ ପିଉଥିଲି ପିଉଛି ପିଉଥିବି ।


ଦିନ ମଜୁରିଆଟିଏ ମୁଁ ଭାଇ        

ଅରଯେ ଦୁଇଶ ଟଙ୍କା ,

ପିଇଦେଲେ ଟିକେ ସିଂହ ବଳ ଆସେ 

ଚାଲେ ମୁଁ କରିକି ନିଶବଙ୍କା।


ମୁଁ କାହାକୁ କାହିଁକି ଡରିବି

ମୁଁ ମଦ ପିଉଥିଲି ପିଉଛି ପିଉଥିବି ।


ଦୁଇପୁଅ ଆଉ ସ୍ତ୍ରୀକୁ ମିଶାଇ   

ଚାରିଜଣିଆ ପରିବାର,

ଖାଇବାକୁ ପଛେ ନମିଳୁ ତାଙ୍କୁ  

ମଦ ମୋ ନିହାତି ଦରକାର।


ସେ ଚିନ୍ତା ମୁଁ କାହିଁକି କରିବି

ମୁଁ ମଦ ପିଉଥିଲି ପିଉଛି ପିଉଥିବି ।


ଦୁଇ ପୁଅ ମୋର ଶିକ୍ଷା ନପାଇ    

ମୁରୁଖ ହୋଇକି ବୁଲନ୍ତି,

ଘର ଭିତରକୁ ଚାଲିଗଲେ ମୁହିଁ  

ମୋତେ ଦେଖି ମୁହଁ ମୋଡ଼ନ୍ତି।


ମୁଁ କଣ ତାଙ୍କ କଥା ମାନି ଚଳିବି

ମୁ ମଦ ପିଉଥିଲି ପିଉଛି ପିଉଥିବି ।


ଝାଟିମାଟିରେ ତିଆରି ଘରଟିଏ 

ମୋର ଉପରେ ଚାଳର ଛପର,

ଝଡ଼ି ବର୍ଷା ଜଦି ଆସିଯାଏ କେବେ 

ଗଳୁଥାଏ ପାଣି ସରସର ।


ପଇସା ସଞ୍ଚିକି ଘରମୁଁ କାହିଁକି କରିବି

ମୁଁ ମଦ ପିଉଥିଲି ପିଉଛି ପିଉଥିବି ।


ଋଣକରଜ ଚଳେ ମୋ ସଂସାର   

ଭଲ ପିନ୍ଧିବାକୁ ଖଣ୍ଡେ ନାହିଁ,

ରାତି ପାହିଗଲେ ପଲପଲ ଲୋକ ଆସନ୍ତି

ପଇସା ମାଗିବା ପାଇଁ।


ଯାହା ହେଇଯାଉ ପଛକେ ମୁଁ କାହିଁକି ସୁଧୁରିବି

ମୁଁ ମଦ ପିଉଥିଲି ପିଉଛି ପିଉଥିବି।


ବଞ୍ଚିଇବା ପାଇଁ ମୋ ପରିବାର 

ସ୍ତ୍ରୀ ମୋର ପରଘରେ ଯାଇ ଖଟୁଛି,

ନାନା ଜାଗାରେ ନାନା ପ୍ରକାରର    

ଟାହି ଟାପରା ସେ ସାହୁଛି ।


ପିଇବାକୁ ନ ମିଳିଲେ ମୁଁ ତାକୁ ମଧ୍ୟ ପିଟିବି 

ମୁଁ ମଦ ପିଉଥିଲି ପିଉଛି ପିଉଥିବି।


ପିଇ ପିଇ ଦିନରାତି       

ମୋର ଦେହଟା ହେଲାଣି ଖରାପ,

ଦେହଟାକୁ ମୋର   

ନଷ୍ଟ କରିଦେଲା ସତେକି ସେ କାଳସରପ।


ହଁ ମୁଁ ବଞ୍ଚିକି କଅଣ କରିବି

ମୁଁ ମଦ ପିଉଥିଲି ପିଉଛି ପିଉଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama