STORYMIRROR

Papu parida

Drama Inspirational Others

3  

Papu parida

Drama Inspirational Others

ସତ ମିଛର ସୌଦାଗର

ସତ ମିଛର ସୌଦାଗର

1 min
222

ସତ ମିଛର ସୌଦାଗର ମୁଁ 

ବିକିବାକୁ ଗଲି ବଜାରେ

କିଣିବାକୁ ମୋର ମିଛସତ କଥା 

ଏଠି ଗ୍ରାହକ ଅଛନ୍ତି ହଜାରେ।


ମିଛ ଯେତେ ସବୁ ବେଗେ ସରିଗଲା 

ଲୋକେ କିଣିଲେ ହୋଇକି ଆତୁର

ସତ ଯେତେ ସବୁ ପଡା ରହିଗଲା 

ବିକି ବିକି ହୋଇଗଲା ଅନ୍ଧାର।


କେମିତିକା ଏ ବଜାର ବେପାର

ହାଏ ହାଏ ରେ ବିଚିତ୍ର ଦୁନିଆ

ସତ୍ୟ ସାଜେ ଏଠି ମୂଲ୍ୟହୀନ 

ଆଉ ମିଛ କରେ ସମସ୍ତଙ୍କୁ କିମିଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama