ଊଣା ହୋଇବ ବିରହ ବାଧା
ଊଣା ହୋଇବ ବିରହ ବାଧା
କୁଞ୍ଜବନରେ ସେଦିନ ,
କହିଥିଲେ ମୋତେ ଶ୍ୟାମ-
"ପ୍ରତିଦିବସ ମିଳନ ,
ହୋଇବ ନିଶ୍ଚୟ ଆମ...
ମନ ଊଣା କରନା ଗୋ ଧନୀ ;
ତୁମେ ମୋ ହୃଦୟେଶ୍ବରୀ ,
କେମିତି ଯିବି ପାସୋରି-
ତୁମଲାଗି ଅବତରୀ ଆସିଛି ଅବନୀ ।
ମନ ଊଣା କରନା ଗୋ ଧନୀ..."
ଭୁଲି ଗଲେକି ସେ କଥା ,
କରି ଆଉ କାହା ଚିନ୍ତା-
କେମିତି ପାରିବି ଅବା ଜାଣି ;
ବାରବାର ତାଙ୍କ ଛବି ,
ବାଉଳି ହେଉଛି ଭାବି-
ବାରତା କେ ଦିଅ ମୋତେ ଆଣି ।
ପାଇଲେ ତାଙ୍କ ଦର୍ଶନ ,
ଚିତ୍ତ ହୋଇବ ପ୍ରସନ୍ନ-
ଊଣା ହୋଇବ ବିରହ ବାଧା ;
ଚଳ ଗୋ ସଖି ବହନ ,
ଆଣି ଦିଅ ମୋ ମୋହନ-
କୃତଜ୍ଞ ହୋଇ ରହିବି ସଦା ।

