STORYMIRROR

Debaki Behera

Abstract Drama Classics

3  

Debaki Behera

Abstract Drama Classics

ଜୀବନସାଥି

ଜୀବନସାଥି

1 min
328



ଜୀବନ ସାଥି ର କଥା ଶୁଣୁ ଶୁଣୁ


ମନେ ପଡେ କିଛି କଥା


ପ୍ରକୃତ ରେ କିଏ ସେହି ସତ ସାଥୀ


କହିପାରିବ କି ଯଥା।


ବିଭାଘର ବେଳେ ଶଙ୍ଖା ସିନ୍ଦୂର ଟି


ଦେଇଥାଏ ଯିଏ ହସି


ସାତଜନମ ର ସାଥୀ କାଳେ ସିଏ


ସମସ୍ତେ କୁହନ୍ତି ହସି।


ଗୋଟିଏ ଜନ୍ମରେ ଏତେ ଖୁସି ଦିଏ


ନପଚାରେ ତୁ ଲୋ ଭାଇ


ଆଉ ଛଅ ଜନ୍ମ କେମିତି କାଟିବ


କହି ପାରିବୁ କି ତୁହି।


ଖୁସି ଯେତେ ତାର ଶରୀର ଦର୍ଶାଏ


ମୁକ ବଧିର ଟେ ସେହି


ଏତେ ଖୁସି ପାଇ କି କଥା କହିବ


ଶବ୍ଦ ତାକୁ ନ ମିଳଇ।


ସ୍ବାମୀ ଘରୁ ତାର କୋକେଇ ଉଠିଲେ


ଧନ୍ୟ ହୋଇଯିବ ସେହି


ନିଜ ମାଆ ବାପା ବିଦାୟ ବେଳ ରେ


ଏଇ କଥା ଥାନ୍ତି କହି।


ବିଚାରୀ ଟି କେବେ ବୁଝିପାରେନାହି


କେଉଁଟି ତାହାର ଘର


ବାପା ଘର ତାର ନିଜର ନୁହଁକି


ନୁହେଁ ତାର ଶାଶୁଘର।


ବାପ ଘରେ ସିଏ ପର ଧନ ପୁଣି


ଶାଶୁଘରେ ପର ଝିଅ


କେଉଁଟି ସିଏ ତା ଅଧିକାର କଥା


କହିବ ତାକୁ ପଚାର।


ପତ୍ନୀ ଟିର ସାଙ୍ଗ ସାଥି ପୁଣି ସିଏ


ଅଟେ ବନ୍ଧୁ ଓ ବାନ୍ଧବ


ଜୀବନସାଥିଠି ସବୁ କିଛି ପାଏ


ପତି ଟି ହେଲେ ବାନ୍ଧବ।


ତାର ଆଖି ଲୁହ ଜମା ଶସ୍ଥା ନୁହେଁ


ଏ କଥାକୁ ହେଜ ରଖି


ଜୀବନରେ କେତେ ଖୁସି ଆଣିଦେବ


ନ ପାରିବୁ ତୁ ପରଖି।


ସୁଖରେ ଦୁଃଖରେ ସାଥି ଚାହେଁ ସିଏ


ନ ଚାହେଁ ଅଧିକ କିଛି


ଆତ୍ମହତ୍ୟା ପରି ପରିସ୍ଥିତି କେବେ


ନ ଆସୁ ଏହା ଚାହୁଁଛି।


ସୁଖରେ ଦୁଃଖରେ ଭଲ କି ମନ୍ଦରେ


ସାଥିରେ ରୁହେ ତ ଯିଏ


ପ୍ରକୃତ ରେ ପରା ଜୀବନ ସାଥି ଟି


ତା ପାଖେ ଅର୍ଥ ବୁଝାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract