STORYMIRROR

Goutam Mohanty

Abstract Drama Classics

3  

Goutam Mohanty

Abstract Drama Classics

🙏🌹🙏 ଜୟ ମା କାଳୀ🙏🌹🙏

🙏🌹🙏 ଜୟ ମା କାଳୀ🙏🌹🙏

1 min
266


ତୁହି ମା' ଭବାନୀ  ତୁହି ମା' ଶିବାନୀ

    ତୁହି ମା' ଜଗଜ୍ଜନନୀ।

ଚରଣେ ପ୍ରଣତୀ   ଢାଳେ ନିତି ନିତି

    ତୁହି ମା ଦୁଃଖ ହାରିଣୀ।।

କରେ ଆବାହନୀ ଯୋଡିବେନି ପାଣି

    ଜୀବନ ଯନ୍ତ୍ରଣା ଯେତେ।

କେହି ନଜାଣିଲେ ତୋତେକି ଅଜଣା

   ମାଆ ଯେ ତୁହି ଜଗତେ।।

ପାପୀଙ୍କର ପାପ   ବଢିଗଲେ ମାତ

   କାଳୀ ରୂପ ତୁହି ଧରୁ।

ପାପୀଙ୍କୁ ନିପାତି    ସାଧୁଙ୍କୁ ଉଦ୍ଧାରି

    ସଂସାରକୁ ରକ୍ଷା କରୁ।।

ଦୁନିଆରେ ପାପ, ତାପ, ଶୋକଦୁଃଖ

    ବଢିତ ଗଲାଣି ଭାରି।

ନିଅ ଅବତାର   ଦୁଃଖ ଶୋକ ହର

    ଆଶ୍ରା କରିଛି ତୋହରି।

ଦିଆଲି' ଉତ୍ସବ     ଫିକା ପଡିଅଛି

   ମନେ ନାହିଁ କାହା ହର୍ଷ।

ଫୁଟିବନି ବାଣ     ଉତ୍ସବ ପାଳନ 

   ସତେକି ହୋଇବ ଶେଷ।।

ମାତା ଜଗଦମ୍ବା   ତୁହି ମା" ଅମ୍ବିକା

     ତୁହି ଶିବଙ୍କ ଘରଣୀ।

ହରିନିଅ ମାତ    ଦୁନିଆରୁ ଯେତେ

   ଦୁଃଖ, ଶୋକ, ପାପ ପୁଣି।।



Rate this content
Log in

Similar oriya poem from Abstract