STORYMIRROR

Tapaswini Sarangi

Abstract Drama Inspirational

3  

Tapaswini Sarangi

Abstract Drama Inspirational

ଉର୍ମିଳା

ଉର୍ମିଳା

1 min
283


ନହେଲା ସାକାର ସବୁ ସ୍ୱପ୍ନ ମୋର

    ନଦେଲେ ଲକ୍ଷ୍ମଣ ଦେଖା

ପିତୃସତ୍ୟ ତା'ର  ବନବାସ ଦେଲା

    ଟାଣିଲା ଲକ୍ଷ୍ମଣ ରେଖା।।

କେ ଚିନ୍ତା କରିବ   ମୋର ବିଷୟରେ

     ଭାଗ୍ୟର ଏ ବିଲକ୍ଷଣ

ଯାହା ହାତ ଧରି  ଚାଲି ଆସିଥିଲି

   ନରହିଲା ଏକ କ୍ଷଣ।।

ଭାଇ ପଛେ ପଛେ ଧାଇଁ ଗଲେ ସିଏ

    ଏକାନ୍ତ କାନନ ଗିରି

ବାଟ ଚାହିଁ ଚାହିଁ   ଚଉଦ ବରଷ

    ତୁଟିଲା ମୋହର ଶିରି।।

ଆହେ ଲକ୍ଷ୍ମଣ  ନଦିଅ କଷଣ

   ଫେରିଆସ ଏହି କ୍ଷଣ

ନିର୍ଜନ ଭୁବନ  ବୃଥା ଆସ୍ଫIଳନ

    ବିଚଳିତ କରେ ଜାଣ।।

ଦଶରଥ ସୁତ   ପାଳନରେ ସତ୍ୟ

    ଭାଗ୍ୟର ଏହା କି ଲୀଳା

ଫେରି ଆସ ତୁମେ  ରାମ ସୀତା ଧରି

     ବାଟ ଜଗିଛି ଉର୍ମିଳା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract