STORYMIRROR

Papu parida

Drama Tragedy Others

3  

Papu parida

Drama Tragedy Others

ମିଛ ସମ୍ପର୍କ

ମିଛ ସମ୍ପର୍କ

1 min
223


କାହାକୁ ଭାବିବି ପର ଏଠି ଭାଇ 

କାହାକୁ ପୁଣି ନିଜର,

ଚପେଇଦେବାକୁ ବସିଛନ୍ତି ସବୁ 

ମୋ ବିଦ୍ରୋହଭରା ସ୍ୱର।


କାହାକୁ ଭାବିବି ଭଲ ଏଠି ପୁଣି

କାହାକୁ ଭାବିବି ମନ୍ଦ,

ଅନ୍ୟକୁ ଖାଲକୁ ଠେଲିଦେଇ ହାଏ

କିମିତି ମିଳେ ହେ ଆନନ୍ଦ।


କାହାକୁ ଭାବିବି ଠିକ ଏଠି ପୁଣି

କାହାକୁ କହିବି ଭୁଲ,

ସନ୍ତୋଷ ଟିକିଏ ପାଇବା ପାଇଁ ହେ

ବୁଣୁ ଅଛ ଇନ୍ଦ୍ରଜାଲ।


କାହାକୁ ରଖିବି ପାଖରେ ମୋହର

କାହାକୁ କରିବି ଦୂର,

ବିଶ୍ୱାସର ସେତୁ ଭାଙ୍ଗିଦେଇ ତୁମେ 

ମାରି ଚାଲୁଅଛ ତିର।


କାହାକୁ କରିବି ବିଶ୍ୱାସ ଏଠି ପୁଣି

କାହାକୁ କରିବି ଅବିଶ୍ୱାସ,

ସାମାନ୍ୟ କେଇଟା ଟଙ୍କା ଲୋଭରେ

ବିଛାଉଛ ନାଗ ଫାସ।


କିଏ ପାଏ ମତେ ଭଲ ପୁଣି ଏଠି

କିଏ କରୁଅଛି ଛଳନା,

ଜାଣିବା ନିହାତି କଷ୍ଟ ହେଉଛି

କରିହେଉନାହିଁ କଳ୍ପନା।


କିଏ ରହିବ ମୋ ସାଥିରେ ପୁଣି

କିଏ ଚାଲିଯିବ ଛାଡି,

ସତେ ଯେପରି ଜୀବନ କ୍ଷେତରେ

ପଙ୍ଗପାଳ ଗଲେ ମାଡ଼ି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama