STORYMIRROR

Narayan Sethi

Drama Tragedy Others

3  

Narayan Sethi

Drama Tragedy Others

ବାପା ମା ଆଖିରେ ଲୁହ

ବାପା ମା ଆଖିରେ ଲୁହ

1 min
225


ଜନମ କରିଥିଲା ବୋଲି ତ

ସେ ଆଜି ପାଉଛି

କଷ୍ଟ ଆଉ ଅକଥନୀୟ ଅତ୍ୟାଚାର

କାରଣ ସେ ପରା ସାଇତି ରଖିଛି

ଧନ ଆଉ କିଛି ସମ୍ପତ୍ତି ଜମିର......!!

ନିଜ ପେଟକୁ ଭୋକିଲା ରଖି

ସାଇତି ଥିଲା ବାପ ଅମଳର ସମ୍ପତ୍ତି

ଆଜି ସେ ସମ୍ପତ୍ତି ନିମନ୍ତେ

ପୁଅ ବୋହୂ ଘରେ କରୁଛନ୍ତି

ଅତ୍ୟାଚାର ନୀତି ନୀତି ........!!

ଆଉ ସହି ହେଉନାହିଁ

ଜୀବନ ବିଷମ ହେଲାଣି

ରକ୍ତ ଏବେ ରକ୍ତକୁ ବୁଝୁନି

କିଛି ଧନ ସମ୍ପତ୍ତିରେ କେବଳ ଆଖି....!!

ଜନମ ଦେଇଥିବା ବୁଢା ମା ବାପା

ଆଜି ହେଲେ ଅଲୋଡ଼ା

ପର ଘର ସ୍ତ୍ରୀ କଥାରେ ପଡି

ନିଜ ଜନ୍ମ ଦାତ୍ରୀକୁ ମାରିଲା ଗୋଇଠା....!!

ମା ପାଈଁ ପୁଣି ଭିନ୍ନ ନୀତି ନିୟମ

ଆଉ ପୁଣି ପୁଅ ପୁଅ ଭିତରେ

ଭାଗ ର ନିଷ୍ପତ୍ତି ଯେ

ମୋ ଘରେ ସାତ ଓଳି ତ

ତୋ ଘରେ ସାତ ଓଳି......!!

କି କହିବି ଏଇ କଳିଯୁଗର

ସତ୍ୟଘଟଣା ର କାହାଣୀ

ଏଇ ସବୁ ଦେଖିବା ଆଗରୁ

ହେ ଜଗନ୍ନାଥ ......

ମୋତେ ମାରିଦେଲୁନି କିମ୍ପାଇଁ....!!

ପୁଅ ତ ହେଲାନି

ମା ର କି ବାପର

ପୁଅ ପାଖେ ରହି କିଆଁ

ଖାଇବି ବିନା କାରଣରେ ଅତ୍ୟାଚାର....!!

ଛାତିରେ ଭାରିଛି ଛାତିଏ ଦୁଃଖ

ନିଜର ତ ରକତ

କେମିତି କହିବି ଅନ୍ୟ କାହାକୁ

ଏଇ ମୋ ଘରର

ନିରାଟ ସମ୍ପର୍କର ଚିତ୍ର ଏତକ.....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama