STORYMIRROR

Rabindra kumar Sahoo

Abstract Drama

3  

Rabindra kumar Sahoo

Abstract Drama

ଆମ ସଭିଙ୍କ ଏ ଜୀବନ

ଆମ ସଭିଙ୍କ ଏ ଜୀବନ

1 min
172

  

  କିଛି ସ୍ମୃତି କିଛି ଅନୁଭୂତି

  ଏ ସବୁର ସମ୍ମିଶ୍ରଣେ

  ଆମ ଏ ଜୀବନ

  କିଛି ନୀତି ନୈତିକତା

  କିଛି ପ୍ରୀତି ପରିପପକ୍ଵତାର

  ମିଶ୍ରଣେ ସତେ ଗଢା

  ଆମ ସଭିଙ୍କ ଏ ଜୀବନ ।

   

   କେତେବେଳେ ଚଳଚଞ୍ଚଳ

   ଆମ ହୃଦ ପ୍ରାଣ ମନ

   କେବେ ଶାନ୍ତ କେବେ ଅଶାନ୍ତ

   ଆମର ଏ ସଂଘର୍ଷ ମୟ ଜୀବନ

   ଏଇ ବୋଧେ ସଂଜ୍ଞା

   ଏଇ ବୋଧେ ପରିଚୟ

   କରି ମୁଁ ପାରେନା ସଂଜ୍ଞା ନିରୂପଣ

   ସତ ମିଛର ଦୋଛକିରେ

   ବିତିଯାଉଥିବା ଦିନ ଗୁଡିକର

   ଅନ୍ୟ ନାମ କି

   ଆମ ସଭିଙ୍କ ଏ ଜୀବନ ?


    କିଏ କେତେ ସଫଳ

    କିଏ କେତେ ବିଫଳ

    ସଫଳ ବିଫଳର କାହାଣୀ

    ନୁହେଁ କି ଆମ ସଭିଙ୍କ ଏ ଜୀବନ

    କେତେ ବାସ୍ତବ କେତେ ଅବାସ୍ତବ

    କେତେ କଳ୍ପନା ଆଉ ପରିକଳ୍ପନା

    ତା ଭିତରେ କଟିଯାଉଥିବା

    ସମୟ ଗୁଡ଼ିକର ଅନ୍ୟ ନାମ କି

     ଆମ ସଭିଙ୍କ ଏ ଜୀବନ ?


    ପିତା ମାତା ବନ୍ଧୁ ପରିଜନ

    ପତି ପତ୍ନୀ ସନ୍ତାନ ସନ୍ତତି

    ସମ୍ପର୍କର ଡୋରି ରେ

    ବନ୍ଧା ନୁହେଁ କି ଆମ ଏ ଜୀବନ

    ମାୟାର ପରିଧି ମଧ୍ୟେ ଧାଇଁ ଧାଇଁ

    ଅଣନିଃଶ୍ବାସୀ ହେବାର 

    ଅନ୍ୟ ନାମ ନୁହେଁ କି

    ଆମ ସଭିଙ୍କ ଏ ଜୀବନ ?


   ଜଳିବା ଜାଳିବା

   ନିନ୍ଦା ପ୍ରଶଂସା ଭିତରେ ବଞ୍ଚିବା

   ହାରିବା ଜିତିବା

   ଉତ୍ଥାନ ପତନ ଦେଇ

   ସମୟ ବିତେଇବା

   ସ୍ଵାଧୀନତା ପରାଧୀନତାର

   ବିଶ୍ଵାସ ଅବିଶ୍ବାସ କୁ ନେଇ

   ଜୀଇଁବାର ଅନ୍ୟ ନାମ ନୁହେଁ କି

   ଆମ ସଭିଙ୍କ ଏ ଜୀବନ ?


  କେତେ ଦାର୍ଶନିକ ବୈଜ୍ଞାନିକ

   କେତେ ସାହିତ୍ୟିକ

   କରିଥାନ୍ତି ତର୍କ ବିତର୍କ

   କିଏ କେତେ କରିଛନ୍ତି

   ସଂଜ୍ଞା ନିରୂପଣ

   ରଖିଛନ୍ତି ନାନା ବିଧ ମତ ମାନ

   ବୁଝେନା ଏ ଅବୁଝା ମନ

   ସତରେ କ'ଣ

   ଆମ ସଭିଙ୍କ ଏ ଜୀବନ

    ଆମ ସଭିଙ୍କ ଏ ଜୀବନ ?


   

      


     



   



Rate this content
Log in

Similar oriya poem from Abstract