ଆଃ କି ଶୀତ
ଆଃ କି ଶୀତ
ଉଡିଯାଏ ଦୂର ଦେଶକୁ ବିହଙ୍ଗ,
ଶୀତ ଲହରୀ, ଯେବେ ଫେରି ଆସେ,
ଭରି ଯାଏ ଦ୍ରୁମ ଶ୍ଵେତ ତୁଷାରରେ,
ଘେରି ଯାଏ ଯେବେ ହିମ ବତାସେ I
ଅଟକେ ନଦୀର ଗତିଶୀଳ ସ୍ରୋତ,
ଦିଶଇ ସଲିଳ କାଚ ସଦୃଶ,
ସାଗର କୂଳରେ ଥମି ଯାଏ ଢେଉ,
ବରଫ ଖଣ୍ଡର ଧରିଣ ବେଶ I
ଶୀତ ପ୍ରକୋପରେ କମ୍ପଇ ମେଦିନୀ,
ନିଷ୍କ୍ରିୟ ନିଦ୍ରାରେ ହଜନ୍ତି ପ୍ରାଣୀ,
ପର୍ବତ ଶିଖରେ ବରଫର ଶେଯ,
ପକାଏ ଆକାଶ ବଉଦ ଆଣି I
ଭୁଲେ ସେ ତାହାର ଇନ୍ଦ୍ରଧନୁ ରଙ୍ଗ,
ଘାସରେ ଥିବା ଟୋପାଏ କାକର,
ହିମ ପ୍ରବାହରେ ହୁଏ ଥରହର
କ୍ଷଣକେ ପାଲଟି ସିଏ ପଥର !
