STORYMIRROR

CHINMAYEE PRADHAN

Abstract Drama Inspirational

3  

CHINMAYEE PRADHAN

Abstract Drama Inspirational

ସମ୍ପତ୍ତି ନୁହେଁ ମୁଁ ସମ୍ପର୍କ ଚାହେଁ

ସମ୍ପତ୍ତି ନୁହେଁ ମୁଁ ସମ୍ପର୍କ ଚାହେଁ

1 min
143


କେତେ ଥର ଆଉ କହିବି ହେ କୁହ

    କେବଳ ତୁମକୁ ଚାହେଁ,

ସମ୍ପତ୍ତି ନୁହେଁ ମୁଁ ସମ୍ପର୍କ ଚାହେଁ

    ମଧୁରତା ଯହିଁ ଥାଏ।


ଭଲ ପାଇଥିଲି ମନ ଦେଇଥିଲି

   ସମ୍ପତ୍ତି ଦେଖିକି ନୁହେଁ,

ହୃଦୟେ ନିର୍ମଳ ନିର୍ଝରିଣୀ ସମ

   ପ୍ରେମର ଧାରା ଚାହେଁ।



ଦୁଇ ଗୋଟି ମନ ମିଶିଗଲେ ସିନା

    ସମ୍ପର୍କର ସୃଷ୍ଟି ହୁଏ,

ଯୋଡ଼ି ରଖିବାକୁ ସମ୍ପର୍କର ସୂତା

    ସବୁ ସହିବାକୁ ହୁଏ।


 

ସେନେହ ଆଦର ସମ୍ପର୍କର ବୀଜ

    ବିଶ୍ଵାସ ଭରସା ବଳ,

ଭରସା ତୁଟଇ ବିଶ୍ୱାସ ଭାଙ୍ଗଇ

    ପଶିଯାଏ ଯେବେ ଛଳ।



ସମ୍ପର୍କର ସେତୁ ଭୂଷୁଡି ପଡଇ

    ସନ୍ଦେହ ଆସିଲେ ମନେ,

ଯେତେ ଚାହିଁଲେ ବି ଯୋଡ଼ି ହୁଏ ନାହିଁ

    ନିଶ୍ଚିହ୍ନ ହୁଅଇ ଦିନେ।



ସମ୍ପର୍କ ମଝିରେ ସମ୍ପତ୍ତିର ମୋହ

    ସମ୍ପର୍କରେ ଆଣେ ଫାଟ,

ଅର୍ଥ ଅଟେ ସିନା ଅନର୍ଥର ମୂଳ

    କରେ ସିଏ ସବୁ ନାଟ।



ସମ୍ପର୍କର ମାନେ ବୁଝି ଯାଅ ତୁମେ

    କରେ ଏହି ନିବେଦନ,

ସମ୍ପତ୍ତି ନୁହେଁ ମୁଁ ସମ୍ପର୍କ ଚାହେଁ

    ବୁଝ ଥରେ ମୋର ମନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract