STORYMIRROR

Swatishree Pandit

Drama Action Inspirational

3  

Swatishree Pandit

Drama Action Inspirational

ଜୀବେ ଦୟା

ଜୀବେ ଦୟା

1 min
200


ବାସ୍ତବବାଦୀ ଦୁନିଆରେ

ମନୁଷ୍ୟର ଅମାନୁଷିକ କାଣ୍ଡରେ

ନିର୍ବାକ୍ ପଶୁ ପକ୍ଷୀର

ତ୍ରାହି ତ୍ରାହିର ବିକଳ ଚିତ୍କାରରେ

ପାକ୍ଷାଣ ହୃଦୟକୁ ତରଳାଇ

ପାରେ ନାହିଁ କାହିଁକି?

କାହିଁକି ସାଜେ ନିଷ୍ଠୁର

ଆତ୍ମସନ୍ତୋଷ ପାଇଁ ସେ

ନିର୍ବୋଧ ପଶୁ ଉପରେ

ଅତ୍ୟାଚାର କରି ଚାଲେ

ଖାଦ୍ୟ ଦେବା ତ ଦୂରର କଥା

କେହି ବୁଝନ୍ତି ନାହିଁ ତାର ବ୍ୟଥା

ବୁଲା କୁକୁର, ଗାଈଙ୍କୁ

ଗୋଡାଇ ଗୋଡ଼ାଇ କରେ କ୍ଷତାକ୍ତ

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ

ବିଲେଇ ଦେଖିଲେ ହୋଇ କଠୋର

ପ୍ରହାର ଉପରେ ପ୍ରହାର

ଦିଏ ନିର୍ଦ୍ଦୟୀ ହୋଇ

ବ୍ରହ୍ମାଣ୍ଡର ଶ୍ରେଷ୍ଠ ମସ୍ତିଷ୍କ ମନୁଷ୍ୟ

ଆଚରଣରେ ନିକୃଷ୍ଟ 

ଶକ୍ତିପୀଠରେ ଦିଏ ସେ

ଛେଳି କୁକୁଡ଼ାକୁ ବଳି

ମା' କ'ଣ ନିଜ ଛୁଆର ଚାହେଁ ରକ୍ତ?

ଗାଈ କୁ ଗୋମାତା କୁହେ,

ପୁଣି କଂସେଇ ପାଖକୁ ଟେକିଦିଏ।

ଟିକେ ସେନେହ ପାଇଁ

ଡହଳ ବିକଳ ପଶୁ

ପ୍ରେମ ବଦଳରେ ଦିଏ ସେ ପ୍ରେମ

କେବେ ବୁଝିବ ଏ ମାନବ

ଜୀବେ ଦୟା ପରମ ଧର୍ମ

କହି ଯାଇଛନ୍ତି ବୁଦ୍ଧଦେବ

ଯାହାର ଜୀବେ ନାହିଁ ଦୟା

ପରମ ଚାଣ୍ଡାଳ ସେ ବୋଲଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama