ସତ୍ଯ ପଥ ଜଗନ୍ନାଥ ବିଦୁଷୀ
ସତ୍ଯ ପଥ ଜଗନ୍ନାଥ ବିଦୁଷୀ
ଅଧର୍ମର ଫଳ ଚିର ଅସନ୍ତୋଷ
ଅନ୍ୟାୟରେ ନାହିଁ ସୁକ୍ତି,
ଅସତ୍ୟର ମାର୍ଗ ଚିର ଅବଶୋଷ
ସତ୍ୟ ରେ ମିଳଇ ମୁକ୍ତି ।
ଅନିତ୍ୟ ସଂସାରେ ସବୁ ଲାଗେ ପର
ସତ୍ୟ ଧର୍ମେ ପୁଣ୍ଯେ ଜୟ,
ବିଶ୍ୱାସେ ମିଳଇ ଜଗତ ଠାକୁର
ଅବିଶ୍ବାସେ ସଦା ଭୟ ।
ପଥ ପ୍ରଦର୍ଶକ ମୋ କଳା ସାଆନ୍ତ
ବତାଇବ ସତ୍ୟ ପଥ,
ଯୁଗେ ଯୁଗେ ପ୍ରଭୁ ସତ୍ୟ ରକ୍ଷା ପାଇଁ
ଆର୍ଭିଭୂତ ଜଗନ୍ନାଥ।
ସତ୍ୟ ସାରଲ୍ଯ ରେ ଚାଲୁଥିଲେ ପଥ
ମିଳଇ ଦିନେ ଅମୃତ,
ସତ୍ୟ ସନାତନ ଜଗନ୍ନାଥ ନାମ
ସତ୍ୟ ପଥ ଜଗନ୍ନାଥ ।
ସତ୍ୟପଥ ଅଟେ ଦାରୁଣ ବେଦନା
ମିଳେ ନିନ୍ଦା ଅପବାଦ,
କୁହ ଜଗନ୍ନାଥ ସତ୍ୟ ପଥ ବିନା
ପାଏ ତବ ଆଶୀର୍ବାଦ।
ତୁମେ ପରମବ୍ରହ୍ମ ସତ୍ୟ ସନାତନ
ଦେଖାଅ ବଂଚିବା ରାହା,
ଜୀବନରେ ମୋର ଏହି ଭିକ୍ଷା ପ୍ରଭୁ
ସାଥୀ ତୁମେ ଚଉବାହା ।
ଚିରସ୍ଥାୟୀ ନୁହେଁ ମାନବ ଜୀବନ
ସତ୍ୟ ପଥେ ସରିଯିବ,
ମୃତ୍ୟୁର ପୂର୍ବରୁ ଶରଣ ପସିଲେ
ଜଗନ୍ନାଥ ସାହା ହେବ ।
