STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଆଜିର ନାରୀ

ଆଜିର ନାରୀ

1 min
190


ସାମ୍ପ୍ରତିକ ସମାଜରେ ନାରୀର ସ୍ଥାନ

ବହୁତ ସ୍ୱତନ୍ତ୍ର ଆଉ ଉର୍ଦ୍ଧ୍ବରେ

ପ୍ରତିଟି କ୍ଷେତ୍ରରେ ନାରୀର ଜୟଗାନ

ତା'ର ଯୋଗ୍ୟତା ସହଦକ୍ଷତାରେ।


ନାରୀର ଆବେଗ ଓ ରୂପ କଳେଵର

କଦାପି ବର୍ଣ୍ଣନା କରି ହୁଏନା

ନାରୀର ପତିବ୍ରତା ନାରୀର ଶୁଦ୍ଧତା

କରିହେବ ନାହିଁ କେବେ ତୁଳନା।


ପ୍ରତିଟି ମୁହୂର୍ତ୍ତରେ ପ୍ରତିଟି ସ୍ଥାନରେ

ପୁରୁଷକୁ କରିଥାଏ ପଛୁଆ

ହିମାଳୟରେ ପର୍ବତାରୋହଣ କରି

ଗଗନ ମାର୍ଗେ କରେ ଗବେଷଣା।


ଏସବୁ ସତ୍ତ୍ୱେ ସେ ନାରୀ ଜାବୁଡି ଧରେ

ତା'ର ଲଜ୍ଜା, ସମ୍ମାନ, ସ୍ୱାଭିମାନ

ସେ ଅନ୍ତରର କୋହଭରା ହୃଦୟରେ

ସାଇତା ଅକୁହା କାହାଣୀମାନ।


ନାରୀର ନିର୍ଯ୍ୟାତିତା ଗଣ ଧର୍ଷଣତା

ଅଧିକରୁ ଅଧିକ ବଢ଼ିଥାଏ

ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା

ନାରୀ ଅତ୍ୟାଚାର ଶିକାର ହୁଏ।


ଆଜିର ଶିକ୍ଷିତ ସଭ୍ୟତା ସମାଜରେ

ନାରୀ ନିଷ୍ପେସିତ ସେ କଳୁଷିତ

ନର ରାକ୍ଷସ ଭଳି ପାପୀ ମାନଙ୍କର

ହୁଏ ସେ ଶିକାର ବଳାତ୍କାରିତ।


ଅସ୍ଥିତ୍ୱ ଥାଇ ବି ନାରୀ ଅସ୍ଥିତ୍ଵ ଶୂନ୍ୟ

ଆଜିର ଆଧୁନିକ ସମାଜରେ

ସମୟ ଥାଉ ଥାଉ ସୁଧୁରି ଯାଅରେ

ବିନାଶ ହୋଇଯିବ ଏ ସୃଷ୍ଟିରେ।


ନାରୀର ସମ୍ମାନ ଓ ନାରୀର ମର୍ଯ୍ୟାଦା

ଦେଶ ଉନ୍ନତିରେ ଯେ ସହାୟକ

ଦୁହିତା ଭଗିନୀ ଗୃହିଣୀ ସେ ଜନନୀ

ସନମାନ ଦେବା ମନରେ ରଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy