Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ହେବା ଆସ ସଚେତନ

ହେବା ଆସ ସଚେତନ

1 min
153



ଅନ୍ଧକାର ଗର୍ତ୍ତୁ ନିସ୍ରବି ଶୃଗାଳ

କୁହାଟୁଛି ଘନଘନ

ଜହ୍ନର ଆଲୋକେ ଦିଶେ କଳାଛାଇ

ବାଦୁଡି ପେଚା ଚେମଣ ।


ଗରଜୁଛି ନିଶା ଯୁଦ୍ଧ ଘନଘଟା

ମହାମାରୀ ଅନାଟନ

ଘାରୁଛି ବିଶ୍ୱକୁ ଭୟ ଓ ଆତଙ୍କ

ବଳବାନ ସଇତାନ ।


ବ୍ୟାପୁଛି ଅଜଣା ସ°କ୍ରାମକ ବ୍ୟାଧି

ହେଉଛି ଖଣ୍ଡପ୍ରଳୟ

ମିଳୁନାହିଁ ପଥି ରୋଗ ମହୈ।ଷଧି

ମାନବ ତ ନିରୁପାୟ ।


କମୁଛି ଔଜଲ୍ୟ ଜହ୍ନ ଶୀତଳତା

ଶ୍ମଶାନର ନୀରବତା

ଢାଙ୍କି ଦେଉଅଛି ମହାକାଳ ସତେ

କରାଳ ମୃତ୍ୟୁ ପରଦା ।


ହି°ସା କ୍ରୋଧ ଲୋଭ ଘୋର ଦାବାନଳ

ନ ମାନଇ ବାଡବତା

ଜୀଇ ଥାଉ ନିତି ମରୁଛି ମଣିଷ

ହରାଉଛି ସ୍ୱଚ୍ଛନ୍ଦତା ।


ଆସ ପରଖିବା ନିରେଖି ଦେଖିବା

କରିବା ଆତ୍ମ ମନ୍ଥନ

ବଞ୍ଚି ବଞ୍ଚାଇବା ସୁରକ୍ଷା ନିମନ୍ତେ

ହେବା ଆସ ସଚେତନ ।

   



Rate this content
Log in

Similar oriya poem from Tragedy