STORYMIRROR

Suresh chandra Padhy

Tragedy

3  

Suresh chandra Padhy

Tragedy

ଅଭିଳାଶ

ଅଭିଳାଶ

1 min
125


ତୁମ କୃପା ବଳେ ଅଭିଳାଶ ସବୁ ପୂର୍ଣ୍ଣ ହେଉ

ତୁମରି ନାମ ଜପି ଦିନ ବିତି ଯାଉ

ତୁମେ ପ୍ରଭୁ ମନ କଥା ଜାଣୁ ଅଛ ମୋର

ମନ ଜାଣି ଫଳ ଦେଉଛ ହେ ଠାକୁର

ତୁମ ପରି ଦୟାଳୁ କେ ହେବ ଆଉ

ତୁମରି କୃପାରେ ମନବଞ୍ଚା ମୋ ପୂର୍ଣ୍ଣ ହେଉ

ତୁମ ନାମ ନେଲେ ସବୁ କାମ ମୋ ହୋଇ ଯାଏ

ତୁମରି କରୁଣାରେ ସବୁ ବିପତ୍ତି ମୋ କଟି ଯାଏ

ତୁମେ ମୋ ଅନ୍ତରକୁ ନୀତି ବୁଝୁ ଅଛ

ଭାବକୁ ନିକଟ ହୋଇ ଭାବଗ୍ରାହି ନାମ ଲଭି ଅଛ

ତୁମ ବିନା ମୋ ଦିନ ସରେ ନାହିଁ

ତୁମ ଛଡା ପ୍ରଭୁ ଆଉ କିଛି ଲୋଡ଼ା ନାହିଁ

ବନ୍ଧୁ ସହୋଦର କେହି ନାହିଁ ମୋର

ତୁମେ ହିଁ ମୋ ବଞ୍ଚିବାର ଏକା ଆଧାର

ତୁମେ ପ୍ରଭୁ ମୋ ସାଥେ ସାଥେ ରହି ଥାଅ

ଭାବର ବାଧା ସବୁ ତୁମେ ମୋ ହରି ନିଅ

ତୁମରି ଶ୍ରୀ ଛନ୍ଦା ଚରଣେ ବିନତି ମୋର

ମୋ ହାତ ଧରି ଥାଅ କେବେ କରିବନି ପର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy