STORYMIRROR

Sanskruti Mohanty

Tragedy Crime

4  

Sanskruti Mohanty

Tragedy Crime

କଣ୍ଢେଇ

କଣ୍ଢେଇ

1 min
208

ସାତ ବର୍ଷର ଝିଅଟିଏ,

ନାଁ ତା'ର କଣ୍ଢେଇ।

କୁନି ଆଖିରେ ତାର,

ଚିକମିକ୍ କରୁଥିଲା,

କଅଁଳ ସୂର୍ଯ୍ୟର ଆଭା।

ଲାଲ୍ ଟୁକୁ ଟୁକୁ ଓଠରେ,

ଫୁଟୁଥିଲା ହସର ଫୁଲଝରି।

ଗାଁ ଦାଣ୍ଡରେ ଖେଳୁଥିଲା ଧୁଳିଘର କରି,

ବାପାଙ୍କ କାନ୍ଧରେ ବସି ଦେଖୁଥିଲା,

ନୀଳ ଆକାଶର ଜହ୍ନ।

ମା କୋଳରେ ଶୋଇ ଶୁଣୁଥିଲା,

ପରୀ ରାଇଜର ଗପ।

ହେଲେ କିଏ ଜାଣିଥିଲା,

ଏଇ ନିରୀହ କଳିଟି ଉପରେ,

ଘୂରି ବୁଲୁ଼ଛି ଏକ ରାକ୍ଷସର,

ଲୋଲୁପ ଚାହାଣୀ ।

ଦିନେ ଆମ୍ବ ତୋଟାରୁ,

ଆମ୍ବ କଷି ତୋଳୁ ତୋଳୁ,

ତାର ଭେଟ ହେଲା,

ସେହି ରାକ୍ଷସ ସହିତ।

ସେ ମୁକୁଳି ପାରିଲାନି,

ସେହି ହିଂସ୍ର ବାଘର ପଞ୍ଝାରୁ।

ତାପରେ ସବୁ ଶେଷ,

ଆମ୍ବ ଗଛ ଗହଳରୁ,

ଦିଶୁଥିଲା ରକ୍ତର ନଦୀରେ ଶୋଇଥିବା,

ନିଷ୍ପାପ କଳି ଟିର କରୁଣ ମୁହଁ।

ପାଦ ତଳର ମାଟି ଖସୁଥିଲା,

ତଳକୁ ତଳକୁ,

ଚଳଚଞ୍ଚଳ ପୃଥିବୀ ଅଟକି,

ଯାଇଥିଲା ଗୋଟିଏ ମୁହୂର୍ତ୍ତ।

ସୂର୍ଯ୍ୟ ବି ମୁହଁ ଲୁଚେଇ,

ଦେଇଥିଲେ ମାଆର କୋଳରେ।

ବାପା ମାଆ କାନ୍ଦୁଥିଲେ ମଥାକୋଡି,

ହେଲେ ଉଠୁନଥିଲା ନୀଳପରୀ,

ସେ ସବୁଦିନ ପାଇଁ ଶୋଇଥିଲା,

ଆଉ କେବେ ଏ ଧରାକୁ,

ନଆସିବାର ଶପଥ ନେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy