STORYMIRROR

Sanskruti Mohanty

Others

1.0  

Sanskruti Mohanty

Others

ଜୀବନ

ଜୀବନ

1 min
77

ଜୀବନରେ କେତେବେଳେ କୋଉ ମୋଡ଼ ଆସିବ,

କିଏ ବସା ଭାଙ୍ଗିବ ତ କିଏ ବସା ଗଢିବ।

କେହି ନୁହେଁ ପର ଏଠି କେହି ନୁହେଁ ନିଜର,

ସମ୍ପର୍କଟା ମିଛ ଏଠି ମିଛ ମାୟା ସଂସାର।

ରାତି ଅଳପକୁ ଏଠି ସ୍ୱପ୍ନ ଅଛି ବହୁତ,

ସୁଖ ବେଶୀ ଅଛି ହେଲେ ଚିରା ଅଟେ ପଣତ।

ସୁନ୍ଦର ଚେହେରା ତଳେ ମନ ପୋଡ଼ା ଅଙ୍ଗାର,

ପଇସା ନଥିଲେ ପାଖେ କେହି ନୁହେଁ କାହାର।

ଗରିବର ରକ୍ତ ଶୋଷି ଧନୀ ଗଢେ ମହଲ,

କିଏ ଶୁଏ ଉପାସରେ କିଏ ଫିଙ୍ଗେ ଆହାର।

ମିଛ ବଜାରରେ ସତ ହୁଏ ହଟହଟା,

ପାପ ପିନ୍ଧେ ଫୁଲମାଳ ପୂଣ୍ୟ ଖାଏ ଗୋଇଠା।

ସ୍ନେହ ମମତାର ମୂଲ୍ୟ ବୁଝେନାହିଁ ସଂସାର,

ସ୍ବାର୍ଥର ସମୟ ଚକ୍ରେ ଆଉ ସବୁ ବେକାର।

ମହଙ୍ଗା ହେଇଛି ଏଠି ମୂଲ ହସ ଖୁସିର,

ସୁଖ ଏଠି ପର ପୁଣି ଦୁଃଖ ହୁଏ ନିଜର।

ସ୍ବାର୍ଥପର ଦୁନିଆରେ ସବୁ କ୍ଷଣ ଭଙ୍ଗୁର,

କର୍ମ ଏଠି ବଡ଼ ଏକା ବଡ଼ ସେହି ଈଶ୍ୱର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍