Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaprakash Sahoo

Tragedy

3  

Debaprakash Sahoo

Tragedy

ପ୍ରେମ

ପ୍ରେମ

1 min
6.5K


ପ୍ରେମ ଗୋଟେ ଉପନ୍ୟାସ

ପ୍ରେମ ଗୋଟେ ଇତିହାସ

ଆରମ୍ଭଟା କେଉଁ ଆଦିମ କାଳରୁ

ନାହିଁ ଯା’ର କେବେ ଶେଷ ।0।

ପ୍ରେମ ଗୋଟେ ଉପନ୍ୟାସ…

ବୟସ ବହଳ ସାଗର ବେଳାରେ,

ଦେଖା ହୁଏ କିଏ କେବେ କେଉଁଠାରେ ।

ହେଇପାରେ ସେଟା ପ୍ରେମର ପ୍ରାରମ୍ଭ,

ପ୍ରେମ ପରେ ପରେ ସପନ ଆରମ୍ଭ ।

ସପନରୁ କିଛି ସତ ହୁଏ ସିନା

ରହେ ମେଞ୍ଚେ ଅବଶୋଷ ।୧।

ପ୍ରେମ ଗୋଟେ ଉପନ୍ୟାସ…

ସବୁ କାହାଣୀର ଥାଏ ଗୋଟେ ମୋଡ଼,

ଘନ ବନାନୀରେ ଲାଗିପାରେ ଭିଡ଼

ଭିଡ଼ ଭାବନାରେ ଆଶାର ପାଉଣା,

ହୁଏତ ମିଳିବ ପୁଳେ ପ୍ରତାରଣା ।

ବିଚ୍ଛେଦ ନିଆଁ ରେ ମୃତ୍ୟୁ ହୁଏ ସିନା

ଜଳିବା ହୁଏନି ଶେଷ ।୨।

ପ୍ରେମ ଗୋଟେ ଉପନ୍ୟାସ…

© ଦେଵପ୍ରକାଶ ସାହୁ


Rate this content
Log in

Similar oriya poem from Tragedy