STORYMIRROR

Debaprakash Sahoo

Others

2  

Debaprakash Sahoo

Others

ମାଗୁଣି ର ଶଗଡ଼

ମାଗୁଣି ର ଶଗଡ଼

1 min
14K


ଗଡ଼ାନ୍ତାକି ଆଉ ଥରେ ମାଗୁଣି ଶଗଡ଼,

ନିଅନ୍ତା ଦୁନିଆଁ ଭିନ୍ନ ଗୋଟେ ମୋଡ଼,

ମଣିଷ ପଣିଆଟା ଜନ୍ମ ନିଅନ୍ତା,

ମଣିଷ ପେଟକୁ ପଶୁ ବି ବୁଝନ୍ତା,

ରୋଗ ଅବା ରାତିକୁ ଭୟ ନଥାନ୍ତା,

ମାଗୁଣି ଭାଇଟା ଯଦି ପାଖେ ଥାଆନ୍ତା,

ଜଗତଟା ହେଇଯାନ୍ତା ସତେ ଗୋଟେ ନୀଡ଼,

ଗଡ଼ାନ୍ତାକି ଆଉ ଥରେ ମାଗୁଣି ଶଗଡ !

ସକାଳୁ ଶୁଭନ୍ତା ଶଗଡ଼ିଆ ଗୀତ

ନାଉରି ଭିଡନ୍ତା ନାଆ ମେଲି କାତ

ଘୋ-ଘା ଗାଡ଼ି ଘୋଡ଼ା ଶବଦ ନଥାନ୍ତା

ମନ୍ଦିରରୁ ପୂଜା ପାଠ ମନ୍ତ୍ର ଶୁଭୁଥାନ୍ତା

ଥମିଯାନ୍ତା ପୃଥିବୀରୁ ପ୍ରଦୂଷଣ ଝଡ଼,

ଗଡ଼ାନ୍ତାକି ଆଉ ଥରେ ମାଗୁଣି ଶଗଡ !

© ଦେଵପ୍ରକାଶ ସାହୁ


Rate this content
Log in