Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debaprakash Sahoo

Inspirational

2  

Debaprakash Sahoo

Inspirational

ସିପାହୀ

ସିପାହୀ

1 min
6.7K


ଯଦି କେବେ ତମେ ପଚାରି ବୁଝିବ

ମୃତ୍ୟୁକୁ କେ ଡରେ ନାହିଁ,

କାନ ଡେରି ଶୁଣିଵ ଗୋଡ଼ି ମାଟି କହିବ

ଡରେନା ସିପାହି ଭାଇ ।

ଆମେ ଶୋଇଯାଉ ଅଚିନ୍ତା ନିଦରେ

ଉଷୁମ କମ୍ବଳ ଘୋଡ଼ି,

ସୀମାନ୍ତରେ ସିଏ ଜଗି ରହିଥାଏ

ବଞ୍ଚିବାର ମୋହ ଛାଡି ।

ମୃତ୍ୟୁ ସହ ପରା ସନ୍ଧି ସେ କରିଛି

ତା ସାଥେ ସଙ୍ଗାତ ହୋଇ,

ଯଦି କେବେ ତମେ ପଚାରି ବୁଝିବ

ମୃତ୍ୟୁକୁ କେ ଡରେ ନାହିଁ ?

ଭୁଲି ସେ ଗଲାଣି ସାଙ୍ଗସାଥୀ ମେଳ

ରଙ୍ଗିନ ରାତିର କଥା,

ପାଗଳ ପରାଏ ଘାରିଲାଣି ତାକୁ

ଦେଶର ସୁରକ୍ଷା ଚିନ୍ତା ।

ଶପଥ କରିଛି ମାଟି ମାଆ କୋଳେ

ମରିଯିବ ମଥା ଥୋଇ,

ଯଦି କେବେ ତମେ ପଚାରି ବୁଝିବ

ମୃତ୍ୟୁକୁ କେ ଡରେ ନାହିଁ ?

© ଦେଵପ୍ରକାଶ ସାହୁ


Rate this content
Log in