STORYMIRROR

Debaprakash Sahoo

Others

3  

Debaprakash Sahoo

Others

ତୁମେ ଯେବେ ଆସ ଶ୍ରାବଣ ଆସେ

ତୁମେ ଯେବେ ଆସ ଶ୍ରାବଣ ଆସେ

1 min
14.1K


ତୁମେ ଯେବେ ଆସ ଶ୍ରାବଣ ଆସେ
ତୁମେ ଯେବେ ଆସ ଫଗୁଣ ହସେ
         ତୁମ ଆଗମନେ
       ନିଆଁ ଲାଗେ ମନେ
ଫେରିଗଲେ କାଳ ବୈଶାଖୀ ଆସେ ।୦।
ତୁମେ ଯେବେ ଆସ ଶ୍ରାବଣ ଆସେ

ତୁମ ଇସାରାରେ ଗୋଲାପ ଫୁଟେ
ସାଗର ବୁକୁରେ ଜୁଆର ଉଠେ
ପାଗଳ ଭଅଁର ଚପଳାମି କରେ
ବାଟ ଭୁଲି ଉଡ଼େ ତୁମରି ବାଟେ
       ତୁମେ ରୁଷି ଗଲେ
       ତୁମେ ରୁଷି ଗଲେ
ଆକାଶେ ଅଦିନ ମେଘ ବରଷେ ।୧।
ତୁମେ ଯେବେ ଆସ ଶ୍ରାବଣ ଆସେ

ତୁମ ବିରହରେ ଜଳଇ ମନ
ଲୁଚିଯାଏ ଜହ୍ନ ହସେନା ଦିନ
ବସନ୍ତ ରାଗ କଷ୍ଟ ଲାଗେ ଭାରି
ଲାଗେନା ବି ଭଲ ସୁନ୍ଦର ବନ
        ତୁମରି ଛୁଆଁରେ
      ହଁ ତୁମରି ଛୁଆଁରେ
ମହୁଲୀ ମହୁଲୀ ମଳୟ ବାସେ ।୨।
ତୁମେ ଯେବେ ଆସ ଶ୍ରାବଣ ଆସେ


Rate this content
Log in