STORYMIRROR

Debaprakash Sahoo

Others

2  

Debaprakash Sahoo

Others

ଜୀଵନ

ଜୀଵନ

1 min
13.9K


ଜୀବନଟା ଦିନେ ବାଧ୍ୟ ହେଇ,

ଜଞ୍ଜାଳ ଭିତରେ ଜରାଗ୍ରସ୍ତ ହେବ

ସମୟ ସଙ୍କେତ ପାଇ ।

ଜୀବନଟା ଦିନେ ବାଧ୍ୟ ହେଇ,

ଅଳନ୍ଧୁ ଅନ୍ଧାର ଭିତରେ ସଢ଼ିବ ଅନ୍ତିମ ନିଶ୍ୱାସ ପାଇଁ ।0।

ସପନ ଗୁଡ଼ାଏ ସରି ଯାଇଥିବ

ଇଚ୍ଛା ଉତ୍ତେଜନା ମରି ଯାଇଥିବ

ଦେହ ଖୋଜୁଥିବ ଦହନରୁ ମୁକ୍ତି

ମୋହରୁ ଦୁରେଇ ଯାଇ ।୧।

...ଜୀବନଟା ଦିନେ ବାଧ୍ୟ ହେଇ...

କିଏ ଏଠି ପର କିଏ ବା ନିଜର

ଭାବିବାକୁ ଆଉ ମିଳିବନି ତର

ସ୍ନେହ ବାଣ୍ଟିଚାଲ ସାରା ଦୁନିଆକୁ

ସନ୍ଦେହଟା ମାରିଦେଇ ।୨।

...ଜୀବନଟା ଦିନେ ବାଧ୍ୟ ହେଇ…

© ଦେଵପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍