STORYMIRROR

Debaprakash Sahoo

Others

2.5  

Debaprakash Sahoo

Others

ଫେରିଯା ଶ୍ରାବଣୀ ଫେରିଯା

ଫେରିଯା ଶ୍ରାବଣୀ ଫେରିଯା

1 min
14K


ନାହିଁ ସେ କାହାଣୀ ନାହିଁ ସେ ରଜା

ନାହିଁ ସେ ମଉଜ ନାହିଁ ସେ ମଜା

ମନ୍ଦାର ଫୁଟୁନି ମାଟି ବି ବାସୁନି

କେଶୁର ମାରୁନି ଗଜା,

ତୁ ଫେରିଯା’ ଶ୍ରାବଣୀ ଫେରିଯା’ । 0।

ବରଷା ରାଣୀଟା ବାସୁଥିଲା ଭାରି

ଛୋଟ ଛୋଟ ଦୁଷ୍ଟାମିରେ,

ବଢ଼ିଲା ବୟସ ଛାଡି ଦେଲା ଆଣି

ଭିନ୍ନ ଗୋଟେ ଦୁନିଆରେ ।

ଆଉ ପାରିବିନି ନିଜକୁ କନ୍ଦେଇ

ଗଢ଼ିବିନି ଆଉ କାଦୁଅ କଣ୍ଢେଇ

ମୋ କଣ୍ଢେଇ ଯାକ ତୁ ନେଇଯା’

ତୁ ଫେରିଯା’ ଶ୍ରାବଣୀ ଫେରିଯା’ ।୧।

ସମୟ ସାଥିରେ ସନ୍ଧିଟିଏ କରି

ସପନ ଯାଇଚି ଭୁଲି,

ସାରୁ ପତରରେ ପ୍ରଜାପତି ଧରା

ବେଳ ବି ଗଲାଣି ଚାଲି ।

ମିଛ ବାହାଘର ବର କନିଆଁ

ମିଛି ମିଛି ଭୋଜି ମିଛ କୁଣିଆ

ଭୁଲିଯା’ ସେସବୁ ଭୁଲିଯା’

ତୁ ଫେରିଯା’ ଶ୍ରାବଣୀ ଫେରିଯା’ ।୨।

ଦେବପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍