STORYMIRROR

Debaprakash Sahoo

Tragedy

2  

Debaprakash Sahoo

Tragedy

ହାରିଯିବା ପରେ

ହାରିଯିବା ପରେ

1 min
12.7K


ଅବୁଝା ମନକୁ ବୁଝେଇବା ପାଇଁ

ଆଖିରେ ଦି ଟୋପା ଲୁହ ଥାଏ,

ମଣିଷଟା ଯେବେ ହାରିଯାଏ ।0।

ଲୁହ ଆଉ ଲହୁ ଫରକ ପଡେ଼ନା

ନୂଆ ଗଢିବାକୁ ଇଚ୍ଛା ବି ଥାଏନା

ନିଜର ଲାଗନ୍ତି ଯାତନା ଯନ୍ତ୍ରଣା

ମରିବାଟା ଯାହା ବାକି ଥାଏ ସିନା

ମରିବା ଆଗରୁ ମିଛ ସପନକୁ

ଦେଖିବାକୁ ଥରେ ଇଛା ହୁଏ ।୧।

ମଣିଷଟା ଯେବେ ହାରିଯାଏ…

କିଏ କହୁଥିବ କେମିତିକା ସିଏ

ତାକୁ ଝୁରି ବୋଧେ ମରିଯିବ ଇଏ

କିଏ କହୁଥିବ ଏମିତି ହୁଅନା

ପଛ କଥା କିଛି ମନେ ପକାଅନା

କେହି କେହି ପୁଣି ଆଶ୍ୱାସନା ଦେଇ

ଏକୁଟିଆ ଛାଡି ଚାଲିଯାଏ ।୨।

ମଣିଷ ଟା ଯେବେ ହାରିଯାଏ…

ଦେଵପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy