STORYMIRROR

Debaprakash Sahoo

Others

3  

Debaprakash Sahoo

Others

ପ୍ରିୟାରେ ଓ ପ୍ରିୟାରେ

ପ୍ରିୟାରେ ଓ ପ୍ରିୟାରେ

1 min
13.7K


କହିଦବୁ ପ୍ରିୟା ମିଛରେ

ଯଦି କେହି କେବେ ପଚାରେ

ହଜିଗଲା ବୋଧେ ସହରୀ ଗଳିରେ

ହୁଏତ ଆଉ ସେ ନଫେରି ପାରେ,

କହିବୁନି କେବେ

ମରିତ ଗଲାଣି

ନାହିଁ ସିଏ ଆଉ ଆଉ ଦୁନିଆରେ

ଜଳିଗଲା ପ୍ରେମ ଜୁଇ ନିଆଁରେ ।୦।

...ପ୍ରିୟାରେ-ଓ-ପ୍ରିୟାରେ…


ଜଳିଚି ଯୋଉଠି ପ୍ରେମର ଜୁଇ

ହୃଦୟାଟା ସେଇ ମଶାଣୀ ଭୂଇଁ,

ସ୍ମୃତିର ସମାଧି ପାଖରେ ସପନ

ଆଜିବି ଘୁରୁଚି ଆତ୍ମାଟେ ହେଇ ।

ନୁହେଁ ତୁ ରାଧିକା

ନୁହେଁବି ମୁଁ କାହ୍ନା,

ଆମ କାହାଣୀବି କେହି ଜାଣେନା ।

ଶେଷ ଅନୁରୋଧ

ରଖିବୁଲୋ ମୋର

କଲଙ୍କ ନଲାଗୁ ପୁଣ୍ୟ ପ୍ରେମରେ ହଁ ପୁଣ୍ୟ ପ୍ରେମରେ ।୧।

...ପ୍ରିୟାରେ-ଓ-ପ୍ରିୟାରେ…


ପ୍ରେମରୁ ଆରମ୍ଭ ପ୍ରଥମ ପାପ

ଜାଣେନା ଏକଥା ସତ କି ଗପ,

ଦେଖୁନୁ କେମିତି ପାପଟେ କରିଲି

ନିଜେ ଲିଭେଇଲି ଜୀବନ ଦୀପ ।

ଦୀପର ସଳିତା

ଜଳିଯାଏ ସିନା,

ହେଲେ ଅନ୍ଧାରକୁ ଜାଗା ଦିଏନା ।

ଜାଣିଛିଲୋ ପ୍ରିୟା

ବୁଝିବୁ ତୁ ଦିନେ

ସେଦିନ ଭାସିବୁ ଲୁହ ନଈରେ ହଁ ଲୁହ ନଈରେ ।୨।

...ପ୍ରିୟାରେ-ଓ-ପ୍ରିୟାରେ…

ଦେବପ୍ରକାଶ ସାହୁ




Rate this content
Log in