Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

gouranga charan beura

Tragedy Others

3  

gouranga charan beura

Tragedy Others

ଶାଗୁଣା ବସିଛି ଡେଣାମେଲାଇ

ଶାଗୁଣା ବସିଛି ଡେଣାମେଲାଇ

1 min
6.8K


ଜୁଇରେ ଜଳିଲା କୁନ୍ଦୁଲି ପୀଡିତା

ରାଜ୍ୟ ବିଦ୍ରୋହ ନିଆଁରେ,

ଅଜାଗା ଘା'ରେ କେ ଦେବ ମଲମ

ପୀଡିତା ଭାବେ ସ୍ୱର୍ଗରେ ॥

ଲୁଡୁଗୋଟି ଆଜି ଆଇନି ଶୃଂଖଳ

ଗଡାଇ ଜାଣିଲେ ହେଲା,

ହରତାଳ ଆଜି ରଣ କୁରୁକ୍ଷେତ୍ର

ଶ୍ରୀଖଣ୍ତି ତ କାଳ କଲା ॥

ଚାଲି ଯାଇଛନ୍ତି ସେ ବୀର ପୁଂଗବ

ଆମେ ସବୁ କ୍ରୀତ ଦାସ,

ଅରାଜକତାର ବନ୍ଦୀ ବଳୟରେ

ପୋଖରୀର ରାଜହଂସ ॥

ଶୋଷଣର ନନ୍ଦିଘୋଷ ପରେ ବସି

ଭଣ୍ତାମି ଚକ୍ରବ୍ୟୁହରେ,

ଶୁଭ ଶଂଖ ଫୁଂକି କରନ୍ତି ସାଲିଶି

ଖାଣ୍ଟି ନଡିଆ ତେଲରେ ॥

ଶୁଣିଥିଲା କାନ କୀଚକ ବଳରେ

ବିରାଟ ଥିଲେ ତ ରାଜା,

ସେହି ବଳ ଆଜି କାଳଫାସ ହେଲା

ବୁଝନ୍ତି ନାହିଁ ପରଜା ॥

ବୀର ବୀରାଂଗନା ଏ ଦେଶ ମାଟିରେ

ରଖି ଯାଇଛନ୍ତି ନାମ,

କାପୁରୁଷ ଏଠି ମାଗେ ନାରୀ ମାଂସ

ହୋଇ ତାଂକରି ସନ୍ତାନ ॥

ତାପସ ସାଧକ ଜନମ ଭୂଇଁ ଏ

ଜଗତେ ପଡିଛି ହୁରି, 

ଘୋର କଳିକାଳେ ଧର୍ଷଣ ଭୂଇଁ ଯେ

ଜଳ ଜଳ ଦିଶୁଥାଇ ॥

ଅହିଂସା ବଳରେ କଲମ କାଳିରେ

ଇଂରେଜ ଛାଡିଲେ ଦେଶ,

ସେହି କଲମରେ ପୋଛିଦିଅ ଆଜି

ପୀଡିତାର ସ୍ୱର୍ଗବାସ ॥

-------ଗୈାରାଂଗ ଚରଣ ବେଉରା--------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ--------


Rate this content
Log in