STORYMIRROR

Pranati Mahapatra

Tragedy

3  

Pranati Mahapatra

Tragedy

ବାପା

ବାପା

1 min
13.6K


ଜୀବନର ପ୍ରତ୍ୟେକ

ମହା ସମରର ସାରଥୀ ତୁମେ,

ଭୂମିଷ୍ଠରୁ ମରଣ ଯାଏ        

ପ୍ରତ୍ୟକ୍ଷ ପରୋକ୍ଷ ଭୂମିକା ତୁମର ,

ଏ ଶରୀରର ପ୍ରତ୍ୟେକ ରକ୍ତବିନ୍ଦୁ

ତୁମ ଅବଦାନ।

ତୁମେ ଥିଲ ମୋ ପାଇଁ 

ରାମ,କୃଷ୍ଣଙ୍କ ଠାରୁ ବି ଅଧିକ,

ତୁମେ ଥିଲ ମୋ

ଆଶା ଭରସାର ମହାସିନ୍ଧୁ,

ତୁମ ପ୍ରେରଣାରେ ପ୍ରେରିତ

ମୁଁ ଏକ କ୍ଷୁଦ୍ର ଜଳବିନ୍ଦୁ।

ତୁମେ ମୋ ଜୀବନର

ଦାଣ୍ଡ ଦୁଆରର ମହାକବାଟ,

ମୋ ଭବିଷ୍ୟତ କାର୍ଯ୍ୟପନ୍ଥାର

ମହା ନିର୍ଦ୍ଧାରକ।

ବାପା ନ ଥିବା ପିଲା 

ଏ ସମାଜରେ 

ସବୁଠାରୁ ଅଧିକ ନିନ୍ଦିତ,

ତୁମେ ମୋ ଜୀବନର ଅମୂଲ୍ୟ

ହଜିବା ସମ୍ପଦ।

ମୋ ଜୀବନରେ କିଏ ବା

ସେ ସ୍ଥାନ ପୂର୍ଣ୍ଣ କରିବ,

ଅନୁଭବ କରେ

ବେଳକୁ ବେଳ ତୁମ ଅଭାବ।

ତୁମେ ତୁମ ଜୀବନର ସାଇତା

ସମ୍ପଦକୁ ଅକୁଣ୍ଠିତ ଚିତ୍ତରେ

ମୋତେ ଦାନ କର,

ପ୍ରତି ଦାନରେ କିଛି ବି

ଦେଇ ପାରେ ନାହିଁ ।

ନା ଆଶା ପରିପୂର୍ଣ୍ଣ କରେ

ନା ସ୍ଵପ୍ନ,

ନା ଶେଷ ବେଳେ 

ନା ସେବାରେ,

କିଛି ବି କରି ପାରେ ନାହିଁ,

ହୁଏତ ଅଦୃଶ୍ୟ ଶକ୍ତିର

ଇଶାରାରେ ବଶବର୍ତ୍ତୀ।

ତଥାପି ପ୍ରତି ମୂହୁର୍ତ୍ତରେ 

ଅନୁଭବ କରେ

ତୁମ ଅସ୍ତିତ୍ୱକୁ।

ଆଶୀର୍ବାଦ କେବଳ କାମ୍ୟ

ତୁମ ଆଶା, ସ୍ଵପ୍ନକୁ

ସଫଳ କରିବାକୁ ବାପା

   ପ୍ରଣତି ମହାପାତ୍ର

   ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy