STORYMIRROR

Banamali Pattanaik

Classics Others

3  

Banamali Pattanaik

Classics Others

ସଂସ୍କୃତି ପଡିଛି ବଳି

ସଂସ୍କୃତି ପଡିଛି ବଳି

1 min
268

ଗାଁ' ଦାଣ୍ଡେ ଆଉ ଶୁଭୁନାହିଁ ଜମା

ଗାଈ ଗୋଠର ରଡି,

ଗାଈ ଜଗୁଆଳି ଚାଲି ଯାଇଅଛି

ସହରକୁ ଚଢି ଗାଡି ।1।

ଗୋ ମାତାର ପାଦେ ଉଡୁନାହିଁ ଧୂଳି

ସବୁତ ଗଲା ବଦଳି,

ଆଧୁନିକତାର ବିଜ୍ଞାନ ଯୁଗରେ

ସଂସ୍କୃତି ପଡିଛି ବଳି ।2।

ପରବ ଦିନରେ ଖିରି ଖେଚୁଡ଼ିର

ଗନ୍ଧ ଆଉ ବାଜୁନାହିଁ,

ଗାଁ ମୋର ଆଜି ଗତି କରୁଅଛି

ସହର ସଭ୍ୟତା ଦେଇ ।3।

ପ୍ରତି ଘରେ ଏବେ ଜଳେ ଗ୍ୟାସ୍ ଚୁଲା

ଉଠିଗଲା କାଠ ଚୁଲି,

ଶୁଭୁନାହିଁ ଆଉ ସାହାନାଇ ଶବ୍ଦ

ଶଙ୍ଖ ଆଉ ହୁଳହୁଳି ।4।

ସଂସ୍କୃତି ପଡିଛି ବଳି.....

ମାଟିହାଣ୍ଡି ରନ୍ଧା ପାଟିରେ ବାଜୁନି

ବ୍ୟଞ୍ଜନ ଶାଗ ପଖାଳ,

ଗାଁ' ପୋଖରୀଟି ଶାନ୍ତ ପଡ଼ିଅଛି

ନାହାନ୍ତି କେ ପିଲାମେଳ ।5।

ଗିଲିଦଣ୍ଡା ଆଉ ଖେଳୁନାହିଁ କେହି

ନାହିଁ ସେହି ଖେଳ ପୁଚି,

ସମୟ ସ୍ରୋତରେ ତାଳ ଦେଇ ଏବେ 

ଦୁନିଆ ଯାଉଛି ଘୁଞ୍ଚି ।6।

ଆସୁଥିବ ସିନା ନାନା ଆଦି ପର୍ବ

କେହି ହେବେନାହିଁ ମେଳି,

ସମୟ ହାତରେ ବନ୍ଧାହୋଇ ଏବେ

ସଂସ୍କୃତି ପଡିଛି ବଳି ।7।

ସଂସ୍କୃତି ପଡିଛି ବଳି......


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics