STORYMIRROR

Banamali Pattanaik

Abstract Children Stories Fantasy

3  

Banamali Pattanaik

Abstract Children Stories Fantasy

ବୃକ୍ଷ ହିଁ ଜୀବନ

ବୃକ୍ଷ ହିଁ ଜୀବନ

1 min
12.3K


ଭୀଷଣ ଖରାକୁ ଡର ଲାଗଇ,

 ସଭିଏଁ ଖୋଜନ୍ତି ଗଛର ଛାଇ ।1।

ବଞ୍ଚାଇବାକୁରେ ନିଜ ଜୀବନ, 

ଖୋଜନ୍ତି ବୃକ୍ଷର ମିଠା ପବନ ।2। 

କୋଟିଏ ଜୀବନ ଗୋଟିଏ ବୃକ୍ଷ, 

ମଣିଷ ନ ବୁଝି ସାଜେ ରାକ୍ଷସ ।3। 

ଗୋଟି ଗୋଟି ବୃକ୍ଷ କରେ ସେ ନଷ୍ଟ 

ସାରା ଜଗତକୁ ଦଉଛି କଷ୍ଟ ।4। 

ବୃକ୍ଷ ହିଁ ଜୀବନ ଆମରି ଧନ, 

ଗଛଟେ ଲଗାଅ କରି ଯତନ ।5।

ବାଆ ବତାସରେ ସହାୟ ହୁଏ, 

ଫୁଲ,ଫଳ ଆଦି ଆମକୁ ଦିଏ ।6।

ନାନା ବାଧା ବିଘ୍ନ ନିଜେ ସେ ସହି, 

ସଦା ସର୍ବଦା ସେ ସୁଖ ବାଣ୍ଟଇ ।7। 

ଜୀବ ଜଗତକୁ ଟେକି ରଖିଛି, 

ତଥାପି ମଣିଷ ଦାଉ ସାଜିଛି ।8। 

କରିଲେ ଜାଣ ହେ ବୃକ୍ଷ ରୋପଣ, 

ଜଗତର ବହୁ ହେବ କଲ୍ୟାଣ ।9। 

ଅନୁରୋଧ ମୋର ସବୁ ବନ୍ଧୁଙ୍କୁ,

ଗଛଟେ ଲଗାଅ ଚିର ଦିନକୁ ।10।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract