Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banamali Pattanaik

Classics Inspirational Others

4.5  

Banamali Pattanaik

Classics Inspirational Others

ରଜ ମଉଜ

ରଜ ମଉଜ

1 min
185


ପ୍ରତିବର୍ଷ ଆମେ ପହିଲି ରଜରେ ବୁଲି ଖେଳୁଥିଲୁ ଦୋଳି,

ଚଳିତ ବର୍ଷର କୋରନା ମାଡରେ ସବୁଯାଇଛି ମଉଳି ।

ନାହିଁ ସେହି ଖୁସି ଗତବର୍ଷ ପରି ନାହିଁ ସେହି ଗଛ ଦୋଳି,

କିଏ ଜାଣିଥିଲା ମହାମାରୀ ଯୋଗୁଁ ସବୁଯିବରେ ବଦଳି ।

ଶୁଭିବନି ଆଉ ରଜଦୋଳି ଗୀତ "ବନସ୍ତେ ଡାକିଲା ଗଜ",

ଫିକା ପଡ଼ିଗଲା ଓଡ଼ିଆଙ୍କ ଆଜି ଏହି ଗଣପର୍ବ ରଜ ।

ଆଶା ରହିଗଲା ଅଧାରେ ଆମର ପୋଡ଼ପିଠାର ସୁବାସ,

ପାନଖିଆ ପାଟି ନାଲି ହବନାହିଁ ଫୁଟିବନି ନାଲି ହସ ।

 କରୁଅଛି ଅଳି ମୁଁ ଯେ ବନମାଳୀ ହେ ପ୍ରିୟର ଓଡ଼ିଆ ଜାତି,

 କୋରନାଠାରୁ ହେ ଦୂରେଇ ରହିବ ଡାକିବ ନାହିଁ ବିପତ୍ତି ।

ଭଲେଥିଲେ ସର୍ବେ ପୁଣି ଆସିଯିବ ଆସନ୍ତା ବର୍ଷକୁ ରଜ,

ସାଙ୍ଗସାଥ ମିଶି ହରଷେ ପାଳିବା ପରବ ରଜ ମଉଜ I


Rate this content
Log in

Similar oriya poem from Classics