Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banamali Pattanaik

Romance

4.2  

Banamali Pattanaik

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
386


ପ୍ରେମ ନୁହେଁ ଏକ ଚିରସ୍ରୋତା ନଦୀ

ପ୍ରେମ ଅସରନ୍ତି ସାଗର

ପ୍ରେମ ନୁହେଁ ଏକ ସରନ୍ତି ସମ୍ବଳ

ପ୍ରେମ ପ୍ରକୃତିର ଗନ୍ତାଘର ।

ପ୍ରେମ ନୁହେଁ ଏକ ଅଦିନର ଝଡ଼

ଥରେ ଆସି ଚାଲିଯିବ

ପ୍ରେମ ଅଟେ ଦୁଇ ମନର ମିଳନ

ଚିରଦିନ ସାଥେ ଥିବ ।

ପ୍ରେମ ନୁହେଁ ଏକ ପାଗଳ ପ୍ରବର

ଭଲପାଇ ଭୁଲିଯିବ

ପ୍ରେମ ଅଟେ ଏକ ମହତ ପଣିଆ

ହାତଧରି ଚାଲୁଥିବ ।

ପ୍ରେମ ନୁହେଁ ସିଏ ଭଲପାଇବାର

ଆଶା କରିଥାଏ ପୂର୍ଣ୍ଣ

ପ୍ରେମ ଏକା ସିଏ ଦୁନିଆ ଦାଣ୍ଡରେ

ହୁଏ ନୀତି ବଦନାମ ।

ପ୍ରେମ ଅଟେ ଶାନ୍ତ, ସରଳ,ନରମ

ଛୁଇଁଦେଲେ ମଉଳିବ

ପ୍ରେମ ଅଟେ ସିଏ ଚିରଦିନ ପାଇଁ

ସ୍ମୃତି ହୋଇ ରହିଥିବ ।

ପ୍ରେମ ଅଟେ ସିନା ଜୀବନ ସାଗରେ

ଘୋର ମୟ ଅନ୍ଧକାର

ପ୍ରେମ ଅନ୍ଧକାର ପାର ହୋଇଗଲେ

ଲାଗିବ ବଡ ମଧୁର ।

ପ୍ରେମ ଅଟେ ଏକା କୋମଳତା ଆଉ

ସରଳତା,ଅତ୍ମୀୟତା

ପ୍ରେମ ପାଇବାକୁ ଲକ୍ଷ୍ୟ କର ସଦା

ମନେ ରଖି ସଂଯମତା ।

ପ୍ରେମ ଅଟେ ଭାଇ ନିଃସ୍ୱାର୍ଥପରତା

ଅଟେ ସଦା କ୍ଷଣସ୍ଥାୟୀ

ପ୍ରେମ ଏକା ଜୀଣେ ବିଶ୍ୱ ବ୍ରହ୍ମାଣ୍ଡକୁ

ପ୍ରେମଠୁ ଜୀଣେନା କେହି ।

ପ୍ରେମ ମାନେ ନୁହେଁ ଭୋଗ କରିଦେଇ

କରିଦେବ ତୁମେ ଯୋଗ

ପ୍ରେମ ଚାଲେ ସଦା ସତ୍ୟର ମାର୍ଗରେ

ଗର୍ବ କୁ କରି ବିୟୋଗ ।

ପ୍ରେମ ନୁହେଁ ବର୍ଣ୍ଣ ବୋଧର ଭାବନା

ପ୍ରେମ ଅଟଇ ଅଜେୟ

ପ୍ରେମ ପରା ଏଠି ଯୁଗ ଯୁଗ ଧରି

ରହିଛି ଅବର୍ଣ୍ଣନୀୟ ।


Rate this content
Log in

Similar oriya poem from Romance