STORYMIRROR

Banamali Pattanaik

Romance Fantasy

4  

Banamali Pattanaik

Romance Fantasy

ତୁମେ ମଉଳିଲା ପରେ

ତୁମେ ମଉଳିଲା ପରେ

1 min
23.4K

ହେ ଗୋଲାପ ପ୍ରସୂନ ତୁମେ ମଉଳିଲା ପରେ

କେତେଯେ ଯନ୍ତ୍ରଣା ଏହି ହୃଦୟ କାନନେ,

ମନୋରଥ ମୋର ଗଡି ଚାଲୁଥିଲା

ସେଇ ଝିଅର ନିକଟେ

ପଦିଏ ବଚନର ପଥେ,

କରିଦେଲ ଶୂନ

ହେ ଗୋଲାପ ପ୍ରସୂନ ତୁମେ ମଉଳିଲା ପରେ ।1।

କେଡେ ସରାଗରେ ତୁମକୁ ଧରି

ଚାଲିଲା ଅନେକ ବାଟ ପାଦ ଥିରିଥିରି,

ଅଟକି ଗଲାତା'ର ନିଳୟ ସମ୍ମୁଖେ

ଅଧୁରା ଏ ସପନ

ହେ ଗୋଲାପ ପ୍ରସୂନ ତୁମେ ମଉଳିଲା ପରେ ।2।

ତୁମେ ବାଣୀ ମୋ ପ୍ରେମର

ତୁମକୁ ରଖିଥିଲି ଅତି ଯତନରେ,

ଖାସ୍ ତା'ରି ପାଇଁ

ଅଶ୍ରୁରେ ମୋ ଭରିଦେଲ ଏ ଦୁଇ ନୟନ

ହେ ଗୋଲାପ ପ୍ରସୂନ ତୁମେ ମଉଳିଲା ପରେ ।3।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance