Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banamali Pattanaik

Children Stories Fantasy Inspirational

4.3  

Banamali Pattanaik

Children Stories Fantasy Inspirational

ମୋ ମାଆ

ମୋ ମାଆ

1 min
49


ସେଇ ଗାଈ ଗୋପାଠର ଧୂଳି

ଛୋଟବେଳ ଚାଟଶାଳୀ,

ଭାରି ମନେପଡେ ଆଜି 

ପିଲାଦିନ ସାଙ୍ଗ ମେଳି |1|

ଫେରିବ ନାହିଁ ସେ ଦିନ 

ଭାରି ଅଝଟିଆ ମନ, 

ଦୁଷ୍ଟ ହୋଇ ଆମେ ଯେବେ 

ଧରୁଥିଲେ ଦୁଇ କାନ |2|

ଯେବେ ସରାଗରେ ମୋ ମାଆ 

ଡାକୁଥିଲା ଧନ ଆ... 

ପର ଲାଗଇ ଦୁନିଆ 

ନିଜର ଲାଗଇ ମାଆ |3|

ଯଦି ମା'କୁ ମିଳଇ କିଛି । 

ଆଦରରେ ସେ ଯେ ଅତି, 

କାନିରେ ଗଣ୍ଠି ପକାଇ

ମୋ ପାଇଁ ରଖେ ସାଇତି |4|

ମୁଁ ଘରକୁ ଯେବେ ଫେରଇ 

କାନି ଗଣ୍ଠି ମା ଫିଟାଇ, 

ସେନେହ ବୋଳା ତା ହାତେ 

ଖୁସିରେ ଦିଏ ଖୁଆଇ |5|

ବିଚିତ୍ର ସତେ ଦୁନିଆ

ବଡ କରିଲୁରେ କିଆଁ,

ଫେରେଇଦେ ପିଲାଦିନ

ପୁଣି ହେବି ଅଝଟିଆ |6|


Rate this content
Log in