Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banamali Pattanaik

Abstract Tragedy Classics

4.0  

Banamali Pattanaik

Abstract Tragedy Classics

ନୂଆ ବରଷ

ନୂଆ ବରଷ

1 min
277


ନୂଆ ବରଷରେ ନୂଆ ଆଶା ସବୁ

ପୂରଣ କର ହେ ସାଇଁ,

କୋଡିଏ ଯାଉଛି ବିଦାୟ ନେଇକି

ଏକୋଇଶି ଆସେ ଧାଇଁ ।

ଦୁଃଖର ଦୁର୍ଦ୍ଦିନ କର ଛିନ୍ନ ଭିନ୍ନ

କୋରୋନାକୁ ଦିଅ ମାରି,

ଆଉଥରେ ନିଅ କୃଷ୍ଣ ଅବତାର

ସୁଦର୍ଶନ ତୁମେ ଧରି ।

ଲୁହର ସାଗରେ ଭାସିଯାଏ ପ୍ରଭୁ

ତୁମରି ସୁନ୍ଦର ଧରା,

ରକ୍ଷାକର ତୁମେ କରୁଣାର ହାତ

ବୁଲାଇ ଜଗତ ସାରା ।

ଫୁଲପରି ପ୍ରଭୁ ଫୁଟାଇ ଦିଅ ହେ

ହସ ଦୀନ ଜନ ମୁଖେ,

ତୁମେ ଚକାଡୋଳା କଲ୍ୟାଣ କରିଲେ

ରହିବେ ସରବେ ସୁଖେ ।

ନୂଆ ବରଷରେ ଜଗତ ବାସୀଙ୍କୁ

ଦିଅ ନୂତନ ଜୀବନ,

ତୁମ ମହିମାର ସ୍ପର୍ଶ ପାଇଗଲେ

ଜୀବନ ହୋଇବ ଧନ୍ୟ ।

ନୂଆ ବରଷରେ ସଭିଙ୍କୁ ମୋହର

ସାଦର ଅଭିନନ୍ଦନ,

ରାଗରୁଷା ଛାଡି ଆଦରି ନବ ହେ

ହେ ପ୍ରିୟର ବନ୍ଧୁଜନ ।


Rate this content
Log in

Similar oriya poem from Abstract