ପାହାଡ଼
ପାହାଡ଼


ପୃଥିବୀ ପୃଷ୍ଠର ଦୁର୍ବଳ ସ୍ଥାନରେ
ଫାଙ୍କ ସୃଷ୍ଟିଣ କରଇ
କିଛି କିଛି ସ୍ଥାନେ ପ୍ଲେଟ ସଞ୍ଚାଳନ
ମୁହାଁ ମୁହିଁ ଧକ୍କା ଖାଇ ||
ସେପରି ସ୍ଥାନରେ ଲାଭାର ସ୍ଫଳନ
ଭୂମିକମ୍ପ ଯେ ହୁଅଇ
ଭୁତଳର ତଳ ତଳର ଉପର
ସବୁଯେ ସୃଷ୍ଟି କରଇ ||
କେଉଁଠି ପର୍ବତ କେଉଁଠି ସାଗର
ହୁଅଇ ସେ ଆପେ ଆପେ
ମଣିଷ ଚିନ୍ତଇ କିପରି ହୋଇଲା
ମନେ କରଇ ସନ୍ତାପେ ||
ପାହାଡ଼ ପର୍ବତେ ଗିରିକନ୍ଦରରେ
ମୁନିଋଷିଙ୍କର ବାସ
ଘରଦ୍ୱାର ସର୍ବ ପରିବାର ବର୍ଗ
ଛାଡି କରନ୍ତି ନିବାସ ||
ସେ ପବିତ୍ର ସ୍ଥାନ ସାଧୁ ସନ୍ଥ ମନ
ଈଶ୍ୱର ମୁଖୀ କରଇ
କରିଣ ସାଧନା ମହା ଉପାସନା
ଜୀବନ ସାର୍ଥକ ହୋଇ ||
ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ
ରହି ଅଛି ପରିପୂର୍ଣ
ସେ ମଣି ମାଣିକ୍ୟ ମାନ ହୀରା ନୀଳା ମାନ
ଅଟଇ ସେ ମୂଲ୍ୟବାନ ||
ପାହାଡ଼ ଗହରେ ଶିଳା ମାନ
ଅଛି ଅନେକ ରହସ୍ୟ
ଔଷଧୀୟ ମୂଳ କରିପରିମଳ
କରଇ ତାହା ବିକାଶ ||
ସେ ପବିତ୍ର ସ୍ଥାନେ ତପସ୍ୟା ର ଧ୍ୟାନେ
ଶିବଙ୍କର କ୍ରୀଡା ସ୍ଥଳୀ
ମାଲ୍ୟବନ୍ତ ଗିରି ପ୍ରଭୁ ଶ୍ରୀରାମଙ୍କ
ଅଟଇ ଆଶ୍ରୟ ସ୍ଥଳୀ ||