STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ଆଳାପ-19 (ଦ୍ଵିତୀୟ ସପ୍ତାହ) କବିତା- ନଦୀ ସାଗର

କବିତା ଆଳାପ-19 (ଦ୍ଵିତୀୟ ସପ୍ତାହ) କବିତା- ନଦୀ ସାଗର

1 min
243

ନଦୀକୁ ସୁଧୀରେ ସାଗର ପଚାରେ କହ ମୋତେ ସତକଥା,

ନଈବଢି ବେଳେ ଉଗ୍ରରୂପ ନେଇ ବୃକ୍ଷକୁ ଦେଉଛୁ ବ୍ୟଥା |


ଛୋଟ ଛୋଟ ଘାସ ଗଛ-ବୁଦା ଯେତେ ଆରାମରେ ରହୁଛନ୍ତି,

ବଡ଼ବଡ଼ ଦାରୁ ଉପାଡ଼ି ପକାଉ ଭାସି ଭାସି ଯାଉଛନ୍ତି |


ପକ୍ଷପାତ ନୀତି ଚଳାଇ ଏମିତି କରିଥାଉ କିଆଁ କହ,

ସାମାନ୍ୟ ଘାସକୁ ଉପାଡ଼ି ପାରୁନା ଦେଖି ତା' ସବୁଜ ମୁହଁ |


ନଦୀ ହସି କହେ- ନଈବଢି ଦେଖି ଶରଣ ପଶନ୍ତି ଯିଏ,

ମଥା ନଇଁ ମୋତେ ବାଟ ଛାଡ଼ିଦେଲେ ତାଙ୍କୁ କ୍ଷମା କରିଦିଏ | 


ବଡ଼ବଡ଼ ବୃକ୍ଷ ମଥାଟେକି ଗର୍ବେ ଦେଖାଇଲେ ମିଛ ବଳ,

ତାଙ୍କରି ଗର୍ବକୁ ଖର୍ବ କରିବାକୁ ଉପାଡ଼େ ତାଙ୍କର ମୂଳ |


ମଥା ନଇଁଦେଲେ କେଡ଼େ ବଡ଼ବଡ଼ ବିପଦ ବି ଟଳିଯାଏ,

ଅହଂକାର କରି ବଳବାନ ପ୍ରାଣୀ ନିଜମୃତ୍ୟୁ ଆପଣାଏ |


ସାଗର ଶୁଣିଲା କେତେ ଭାବିହେଲା ସତକଥା କହେ ନଈ,

ସବୁଠାରୁ ଧନୀ ବଡ଼ ହୋଇଲେ ବି ମୁହିଁ ଗର୍ବ କରେନାହିଁ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics