ଜହ୍ନ
ଜହ୍ନ
ଆରେ ମୋର ଜହ୍ନ ରହିଛୁ କେଉଁଁଠି
ଭାବୁଛି ମୁଁ ତୋର କଥା,
ତୋ ଶୋଭା ଆଗରେ ନଇଯାଉଅଛି
ଆପେଆପେ ମୋର ମଥା ।
ଗୋରା ଦେହେ ତୋର କଳା ଜାଇଟିଏ
ମନ ମୋହିନେଇ ଯାଏ,
ତୋ ରୂପ ଦେଖିଲେ ମନରେ ମୋହର
ଈର୍ଷା ଭାବ ସୃଷ୍ଟିି ହୁଏ ।
ରୂପ ରାଇଜର ରାଜକୁମାରୀ ବିି
ଫିିକା ପଡିବ ତୋ ଆଗେ,
ତୋ ସୁୁନ୍ଦରତାରେ ସଭିଙ୍କର ମନ
କେତେ ଖୁସି ଭରା ଲାଗେ ।
ତୋ ନାମ ଶୁଣିଲେ ଆପଣାଛାଏରେ
ମନୁ ଚାଲିଯାଏ ଦୁଃଖ,
ତତେ ଦେଖିଦେଲେ କେଜାଣି କାହିିଁଁକି
ଖେଳିଯାଏ ମନେ ସୁଖ ।
କିିିଏ କହେ ତତେ ସରଗର ଚାନ୍ଦ
କେ କହେ ସରଗଶଶୀ,
ଜହ୍ନମାଁଁମୁ ବଲି ଡାକିଦେଲେ କିଏ
ତାକୁ ଦେଖି ଦେଉ ହସି ।
ହସର ପସରା ଭାବର ପସରା
ସବୁ ତୋର ଠେଇଁଁ ଅଛି,
କେଉଁଁ ବିନ୍ଧଣୀର ହାତ ଗଢା ତୁୁଇ
ଗଢିଛି ସେ ତତେ ବାଛି ।
ତାରା ମେଲେ ତୁଇ ଜହ୍ନ ରୂପେ ଉଇଁ
ମନକୁ ଯେ ନେଉ ମୋହି,
ହସର ଫୁଆରା ଖେଳିଯାଏ ସତେ
ତତେ ଟିକେ ଦେଲେ ଚାହିଁ ।
ତୋ ଦେହର ସେଇ ଶୀତଳ କିରଣ
କେତେ ଭଲ ଲାଗେ ସତେ,
ଆଖି ଫେରେ ନାହିଁ ମନ ବୁଝେ ନାହିଁଁ
ଯେତେ ଦେଖୁଥିଲେ ତତେ ।
