Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4.0  

DILIP KUMAR SAHOO

Classics

ଦେହ

ଦେହ

1 min
226


ଦାଶ ଜଗନ୍ନାଥ କୃତ ଭାଗବତ,

ଦେହ ପାଇଁ ହିତ ବାଣୀ

ସେ ବାଣୀ ମାନିଲେ ଦେହ ରହେ ସୁସ୍ଥ

ଜଗତ ପାରିବ ଜିଣି ।

ଦେହ ମନ ଯାର ସୁସ୍ଥ ରହେ ସଦା

ସିଏ ଜଗତରେ ସୁଖି

ଅବସାଦ କରେ ଯାହାକୁତ ବାଦ

ନାହିଁ କେ ତାପରି ଦୁଃଖୀ ।

ଆହାର ବିହାର ଆଚାର ବିଚାର

ଏଥିପ୍ରତି ଦେବା ଧ୍ୟାନ

ସଞ୍ଜମ ରହିଲେ ଶୃଙ୍ଖଳା ମାନିଲେ

ଭଲରହେ ଦେହମନ ।

ପାଟି ସୁଆଦିଆ ଖାଦ୍ୟ ପାଇଁ ନିତି

ରୋଗ ବେମାରୀର ଭିତି

ସୁଆଦିଆ ନୁହେଁ ,ସୁଷମ ଖାଦ୍ୟ ତ,

ଦେହ ପାଇଁ ଲୋଡା ନିତି ।

ଯୋଗ ପ୍ରାଣାୟମ ସଦା ପରିଶ୍ରମ

ଦେହକୁ ଆରାମ ଦିଏ

ଜୀବନଟା ସାରା ଦୁଃଖ ଭୋଗୁଥାଏ

ଅଳସୁଆ ଯିଏ ହୁଏ ।

ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି

ଏ ବଡ ବିଷମ କଥା

ଚିନ୍ତା କରିଦିଏ ଜୀବନକୁ ପିତା

ଦେହକୁ ଦିଅଇ ବ୍ୟଥା ।

ଚିନ୍ତା ଅବସାଦ ଦୂରହେବାପାଇଁ

ଗୋଟିଏ ସହଜ ବାଟ

ସତ୍ୟ ଆଚରଣ କର୍ମେ ଦିଅ ମନ

ଭଜିଭଜି ଜଗନ୍ନାଥ ।

ପଢୁଥାଏ ଅବା ଶୁଣୁଥାଏ ଯିଏ

ପ୍ରତିଦିନ ଭାଗବତ

ଚିତ୍ତ ହୁଏ ଶୁଦ୍ଧି ମନୋବଳ ବୃଦ୍ଧି

ଦେହ ରହେ ତାର ସୁସ୍ଥ ।



Rate this content
Log in

Similar oriya poem from Classics