STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

0.7  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସୁନ୍ଦରୀ ! ପଡ଼ିଲୁ ତୁ

ସୁନ୍ଦରୀ ! ପଡ଼ିଲୁ ତୁ

1 min
13.7K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସୁନ୍ଦରୀ ! ପଡ଼ିଲୁ ତୁ ମୋ ନୟନେ

ସଉଭାଗ୍ୟ ରବି ଉଇଁବ ଏ ଆଶା

କେବେ ନ ଥିଲା ମୋ ମନେ ।୦।

ପୂରୁବର ଭାଗ୍ୟେ ଦେଖିଲି ମୁଁ ତୋତେ

ନ ପାରିବି କେବେ ଭୁଲି

ଲାଜ କରି ମୋତେ ଅତି ଛଟକରେ

ଚପଳେ ଗଲୁ ତୁ ଚାଲି ।୧।

ତୋ ଚଞ୍ଚଳ ଗତି ମନ୍ଥି ଦେଇ ମତି

କରତି ଦେଲା ମୋ ଛାତି

ପଣତ ଉଡ଼ାଇ ଚାଲିଗଲୁ ଯେବେ

ବିକଶିଲା ମନେ ରତି ।୨।

ଗୁରୁଜନ ଥିଲେ ଅତି ନିକଟରେ

ଉପାୟ ନଥିଲା ମୋର

ହାତଭାଗ୍ୟ ଭାଗ୍ୟେ ସେ ଶୁଭ ସମୟ

ଚାଲିଗଲା ସେ ସତ୍ୱର ।୩।

ଅନୁପ କହଇ ସଂସାରରେ କେହି

ନଥିବେ ତୋହର ସରି

ଜପିବି ତୋ ନାମ ହୃଦ-ବେଦୀ ତଳେ

ପ୍ରୀତି ଜପାମାଳା ଧରି ।୪।



ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics