STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜ୍ୟୋତି

ଜ୍ୟୋତି

1 min
13.7K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କୁସୁମ ଦଳେ, କିଶଳୟ ଅଙ୍ଗରେ

ଶ୍ୟାମଳ-ଦୂର୍ବାଦଳ-ମୟ ପ୍ରାନ୍ତରେ ।।

ଅମଳ ନୀଳ ଚନ୍ଦ୍ରାତପ ଗଗନେ

ତରଙ୍ଗମୟ ସ୍ରୋତସ୍ବତୀ ବଦନେ ।।

ପର୍ବତ ତୁଙ୍ଗ ଶ୍ୟାମ ଶିଖରୀ ଦେଶେ

ଶରତ ହାସମୟ ଧବଳ କାଶେ ।।

ଲତିକା-ଖେଳା ତରଙ୍ଗାୟିତ ଅଙ୍ଗେ

ନିକୁଞ୍ଜ ସୌମ୍ୟମୟ-ଶ୍ୟାମଳ ରଙ୍ଗେ ।।

କଳାପି ସପ୍ତରଙ୍ଗ ଚିତ୍ରିତ ବୁକେ

କିରଣ ଉଦ୍ଭାସିତ ଜଳଦ ଅଙ୍କେ ।।

ବାଳା ଅଧରେ ତାର ନୟନ କୋଣେ

ଉତ୍ତୁଙ୍ଗ ବକ୍ଷୋଜରେ,ଚାରୁ ଚରଣେ ।।

ଗୋଲାପି ଗଣ୍ଡେ,ମୁକ୍ତାପନ୍ତି ଦଶନେ

ରେଶମୀ ମନୋହର ଶୁକ୍ଳ ବସନେ ।।

ବୀଚୀମାଳା ଶୋଭିତ କୃଷ୍ଣ ଅଳକେ

ଛଳ ଛଳ ଯୌବନ ଅଙ୍ଗ ଝଲକେ ।।

ହେ ଜ୍ୟୋତିରାଜ ତୁମ ପୂର୍ଣ୍ଣ ବିକାଶେ

ଛୁଟେ ନାଗର ଯହିଁ ସେ ଦୃଶ୍ୟ ଆଶେ ।।

ପ୍ରଦୀପ ଦେଖି ଶତ ପତଙ୍ଗ ରାଶି

ନିମିଷେ ଯେହ୍ନେ ଦୂରୁ ପଡ଼ନ୍ତି ଝାସି ।।


ସମାପ୍ତ


Rate this content
Log in

Similar oriya poem from Classics